or_tn/rom/08/intro.md

31 lines
6.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# ରୋମୀୟ୦୮ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ରୂପରେଖ
ଏହି ଅଧ୍ୟାୟର ପ୍ରଥମ ପଦ ଏକ ସଂଯୋଗକାରୀ ବାକ୍ୟ ଅଟେ I ପାଉଲ ୭ ଅଧ୍ୟାୟର ଆପଣା ଶିକ୍ଷାକୁ ସମାପ୍ତ କରନ୍ତି ଓ ସେହି ଶିକ୍ଷାକୁ ୮ ଅଧ୍ୟାୟରେ ଆଗକୁ ବଢାନ୍ତି। କେତେକ ଅନୁବାଦରେ କବିତାର ପ୍ରତ୍ୟେକ ପଂକ୍ତିକୁ ଅନ୍ୟ ପାଠ ତୁଳନାରେ ,ଡାହାଣ ପାଖରୁ କିଛି ଦୂରରେ ଲେଖିଥାଆନ୍ତି, ଏହା ପଢିବାପାଇଁ ସହଜସାଧ୍ୟ ଅଟେ। ୩୬ ପଦରେ ULT ଏହିଏପରି ଲେଖିଅଛି I ପାଉଲ ପୁରତାନ ନିୟମରୁ ଏହି ପଦଗୁଡ଼ିକ ଉଦ୍ଧୃତ କରନ୍ତି
## ଏହି ଅଧ୍ୟାୟର ବିଶେଷ ଧାରଣା
### ଆତ୍ମାଙ୍କ ବାସସ୍ଥାନ ବା ଉପସ୍ଥିତି
ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କ ଭିତରେ ଓ ସେମାନଙ୍କ ହୃଦୟରେ ବାସ କରନ୍ତି ବୋଲି କୁହାଯାଏ I ଯଦି ଆତ୍ମା ଉପସ୍ଥିତ ଅଟେ, ଏହା ଦର୍ଶାଏ ଯେ ସେହି ବ୍ୟକ୍ତି ପରିତ୍ରାଣ ପାଇଅଛି I (ଦେଖ:[[rc://*/tw/dict/bible/kt/save]])
### “ଏମାନେ ଈଶ୍ବରଙ୍କ ସନ୍ତାନ ଅଟନ୍ତି”
ଯୀଶୁ ଏକ ବିଶେଷଭାବରେ ଈଶ୍ବରଙ୍କ ପୁତ୍ର ଅଟନ୍ତି I ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ତାହାଙ୍କ ପୋଷ୍ୟ ସନ୍ତାନ କରିଅଛନ୍ତି I (ଦେଖ:[[rc://*/tw/dict/bible/kt/sonofgod]] ଓ [[rc://*/tw/dict/bible/kt/adoption]])
### ପୂର୍ବରୁ ନିରୂପିତ
ଅନେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟରେ ପାଉଲ “ପୂର୍ବରୁ ନିରୂପିତ” ବିଷୟରେ ଶିକ୍ଷା ଦିଅନ୍ତିI ଏହା ବାଇବଲର ଚିନ୍ତା “ପୁର୍ବରୁ ନିର୍ଦ୍ଧାରିତ” ସହିତ ସମାନ ଅଟେ I କେତେକ ଲୋକ ଏହି ବିଷୟକୁ ନେଇ କହନ୍ତି ଯେ ଈଶ୍ବର, ଜଗତର ସ୍ଥାପନ ପୁର୍ବରୁ, କେତେକ ଲୋକଙ୍କୁ ଅନନ୍ତକାଳର ଜୀବନ ପାଇଁ ବାଛିଅଛନ୍ତିI ଏହି ବିଷୟରେ ବାଇବଲ ଯାହା ଶିକ୍ଷାଦିଏ, ତାହାଠାରୁ ଖ୍ରୀଷ୍ଟିୟାନମାନଙ୍କ ମତ ଭିନ୍ନ ଭିନ୍ନ ଅଟେ I ତେଣୁ ଅନୁବାଦକମାନେ ଅଧିକ ଯତ୍ନରେ ଏହି ଅଧ୍ୟାୟର ଅନୁବାଦ କରିବାକୁ ହେବ (ଦେଖ:[[rc://*/tw/dict/bible/kt/predestine]] ଓ [[rc://*/tw/dict/bible/kt/save]])
## ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଶବ୍ଦ ଅଳଙ୍କାର
### ରୂପକ
ପାଉଲ ତାହାଙ୍କ ଶିକ୍ଷାକୁ କାବ୍ୟାତ୍ମକ ଭାବେ, ରୂପକକୁ ବିସ୍ତାରିତ ରୂପକ ଭାବେ ପଦ ୩୮ ଓ ୩୯ ରେ ବର୍ଣ୍ଣନା କରନ୍ତି I ସେ ବର୍ଣ୍ଣନା କରନ୍ତି ଯେ ଯୀଶୁଙ୍କଠାରେ ପରମେଶ୍ବରଙ୍କ ପ୍ରେମଠାରୁ କେହି ମଧ୍ୟ ଅଲଗା କରିପାରିବ ନାହିଁ I (ଦେଖ:[[rc://*/ta/man/translate/figs-metaphor]])
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### ଦଣ୍ଡାଜ୍ଞା ନୁହେଁ
ଶିକ୍ଷାଗତ ମତଭେଦକୁ ଦୂର କରିବା ପାଇଁ ଏହି ବାକ୍ୟାଂଶକୁ ସାବଧାନ ପୁର୍ବକ ଅନୁବାଦ କରିବା ଉଚିତ I ଲୋକମାନେ ଏପର୍ଯ୍ୟନ୍ତ ସୁଦ୍ଧା ସେମାନଙ୍କର ପାପ ପାଇଁ ଦୋଷୀ ଅଟନ୍ତି I ଯୀଶୁଙ୍କଠାରେ ବିଶ୍ବାସ କଲା ପରେ ମଧ୍ୟ ଈଶ୍ବର ପାପରୂପ ସ୍ବଭାବକୁ ଅଗ୍ରାହ୍ୟ କରନ୍ତି I ଈଶ୍ବର ଏବେ ମଧ୍ୟ ବିଶ୍ବାସୀମାନଙ୍କ ପାପକୁ ଦଣ୍ଡିତ କରିବେ, କିନ୍ତୁ ଯୀଶୁ ସେମାନଙ୍କ ପାପର ଦଣ୍ଡ ନିମନ୍ତେ ପ୍ରାୟଶ୍ଚିତ୍ତ କରିଅଛନ୍ତି I ଏହା ହିଁ ପାଉଲ ଏଠାରେ ପ୍ରକାଶ କରନ୍ତି। “ଦଣ୍ଡ” ଶବ୍ଦର ଅନେକ ଅର୍ଥ ହୋଇପାରେ। ପାଉଲ ଏଠାରେ ଜୋର୍ ଦେଇ କହନ୍ତି ଯେ
ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନେ ଅନନ୍ତ କାଳୀନ ଦଣ୍ଡ ପାଇବେ ନାହିଁ, ସେମାନଙ୍କର ପାପ ପାଇଁ ଏବେ “ନରକର ଦଣ୍ଡ” ଭୋଗ କରିବେ ନାହିଁ I (ଦେଖ:[[rc://*/tw/dict/bible/kt/guilt]] ଓ [[rc://*/tw/dict/bible/kt/faith]] ଓ[[rc://*/tw/dict/bible/kt/condemn]])
### ଶରୀର
ଏହା ଏକ ଜଟିଳ ବିଷୟ I “ଶରୀର” ସମ୍ଭବତଃ ଆମ୍ଭମାନଙ୍କ ପାପରୂପ ଶରୀରର ରୂପକ ଅଟେ I ଆମର ଭୌତିକ ଶରୀର ପାପମୟ ଅଟେ ବୋଲି ପାଉଲ ଶିକ୍ଷା ଦେଉନାହାନ୍ତି I ପାଉଲ ଏହା ଶିକ୍ଷା ଦେବା ପାଇଁ ଚାହାଁନ୍ତି ଯେ ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି (“ଶରୀରରେ”), ଆମ୍ଭେମାନେ ବାରମ୍ବାର ପାପ କରିପକାଇବା I କିନ୍ତୁ ଆମ୍ଭମାନଙ୍କର ନୂତନ ସ୍ବଭାବ ପୁରାତନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରୁଥିବ I (ଦେଖ:[[rc://*/tw/dict/bible/kt/flesh]])