or_tn/luk/22/intro.md

17 lines
2.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଲୂକ 22 ସାଧାରଣ ଟିପ୍ପଣୀଗୁଡିକ
## ଏହି ଅଧ୍ୟାୟର ବିଶେଷ ଚିନ୍ତାଧାରାଗୁଡିକ
### ଶରୀର ଓ ରକ୍ତ ଭୋଜନ କରିବା ## ([ଲୂକ 22:19-20] (./19.ମଝି)) ତାଙ୍କର ଅନୁଗାମୀମାନଙ୍କ ସହିତ ଯୀଶୁଙ୍କ ଶେଷ ଭୋଜକୁ ବର୍ଣ୍ଣନା କରେ I ଏହି ସମୟରେ ଯୀଶୁ ସେମାନଙ୍କୁ କହିଲେ ଯେ ଯାହା ସେମାନେ ଭୋଜନ ଓ ପାନ କରୁଛନ୍ତି ସେସବୁ ତାଙ୍କର ଶରୀର ଏବଂ ତାଙ୍କର ରକ୍ତ ଅଟେ I ପ୍ରାୟତଃ ସମସ୍ତ ଖ୍ରୀଷ୍ଟିଆନ ମଣ୍ଡଳୀମାନେ ଏହି ଶେଷ ରାତ୍ରଭୋଜକୁ ସ୍ମରଣ କରିବା ନିମନ୍ତେ “ପ୍ରଭୁଭୋଜ” “ରୋଟୀ ଓ ଦ୍ରାକ୍ଷାରସର ପବିତ୍ର ସହଭାଗିତାର ଉପାସନା ଉତ୍ସବ” ବା “ପବିତ୍ର ମେଜର ସହଭାଗୀତା” ପାଳନ କରନ୍ତି I
### ନୂତନ ନିୟମ
କେତେକ ଲୋକ ଭାବନ୍ତି ଯେ ଏହି ଶେଷ ରାତ୍ରଭୋଜ ସମୟରେ ନୂତନ ନିୟମ ପ୍ରତିଷ୍ଠିତ କଲେ I ଅନ୍ୟମାନେ ଭାବନ୍ତି ଯେ ସେ ଊର୍ଦ୍ଧ୍ୱକୁ ସ୍ୱର୍ଗକୁ ଯିବା ପରେ ଏହାକୁ ପ୍ରତିଷ୍ଠିତ କଲେ I ଅନ୍ୟମାନେ ଭାବନ୍ତି ଯେ ଯୀଶୁ ପୂନର୍ବାର ନ ଆସିବା ପର୍ଯ୍ୟନ୍ତ ଏହା ପ୍ରତିଷ୍ଠିତ ହେବ ନାହିଁ I ତୁମର ଅନୁବାଦ ଏହା ସମ୍ପର୍କରେ ULT କହିବାଠାରୁ ଅଧିକ କହିବା ଉଚିତ୍ ନୁହେଁ I (ଦେଖ:[[rc://*/tw/dict/bible/kt/covenant]])
## ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ଅନ୍ୟ ସାମ୍ଭାବ୍ୟ କଷ୍ଟକର ବିଷୟଗୁଡିକ
### “ମନୁଷ୍ୟପୁତ୍ର”
ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ବୋଲି ଉଲ୍ଲେଖ କରନ୍ତି ([ଲୂକ 22:22] (../../ଲୂକ୍/22/22.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ସେମାନଙ୍କର ନିଜ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦେଇ ନ ପାରେ, ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I
(ଦେଖ: [[rc://*/tw/dict/bible/kt/sonofman]] ଏବଂ [[rc://*/ta/man/translate/figs-123person]])