or_tn/jhn/01/intro.md

36 lines
5.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଯୋହନ ୦୧ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧:୨୩ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମରୁ ପଦସମୁହ ଅଟେ I
## ଏହି ଅଧ୍ୟାୟର ବିଶେଷ ଧାରଣା
### “ବାକ୍ୟ”
ଯୋହନ ଯୀଶୁଙ୍କ ବିଷୟରେ ଉଲ୍ଲେଖ କରିବା ନିମନ୍ତେ “ବାକ୍ୟ” ଶବ୍ଦକୁ ବ୍ୟବହାର କରନ୍ତି ([ଯୋହନ ୧:୧, ୧୪](./01.md)) I ଯୋହନ କହୁଛନ୍ତି ଯେ ସମସ୍ତ ମନୁଷ୍ୟମାନଙ୍କ ନିମନ୍ତେ ପ୍ରକୃତରେ ଈଶ୍ବରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଯୀଶୁ ଅଟନ୍ତି, ଶରୀର ଧାରଣ କରିଥିବା ଜଣେ ବ୍ୟକ୍ତି I (ଦେଖ: [[rc://*/tw/dict/bible/kt/wordofgod]])
### ଜ୍ୟୋତିଃ ଓ ଅନ୍ଧକାର
ବାଇବଲ ପ୍ରାୟତଃ ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ଜ୍ଞାତ ହୋଇ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ପଥ ଦେଖାଏ I (ଦେଖ: [[rc://*/tw/dict/bible/kt/righteous]])
### “ଈଶ୍ବରଙ୍କ ସନ୍ତାନଗଣ”
ଯେତେବେଳେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନେ “କ୍ରୋଧର ସନ୍ତାନ” ହେବା ବଦଳରେ “ଈଶ୍ବରଙ୍କ ସନ୍ତାନ” ହୁଅନ୍ତି I ସେମାନେ “ଈଶ୍ବରଙ୍କ ପରିବାର”ର ଅଂଶୀ ହୁଅନ୍ତି I “ସେମାନେ ଈଶ୍ବରଙ୍କ ପରିବାରରେ ଗ୍ରହଣ କରାଯାନ୍ତି I ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଛବି ଅଟେ, ଯାହା ନୂତନ ନିୟମରେ ପ୍ରକାଶ କରାଯିବ I (ଦେଖ: [[rc://*/tw/dict/bible/kt/believe]] ଓ [[rc://*/tw/dict/bible/kt/adoption]])
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### ରୂପକ
ଯୋହନ ଜ୍ୟୋତିଃ ଓ ଅନ୍ଧକାର ଏବଂ ବାକ୍ୟର ରୂପକ ବ୍ୟବହାର କରି ପାଠକମାନଙ୍କୁ କହୁଛନ୍ତି ଯେ ସେ ଭଲ ଓ ମନ୍ଦ ବିଷୟରେ ଓ ଈଶ୍ବର ଯୀଶୁଙ୍କ ଦ୍ବାରା କଅଣ କହିବାକୁ ଯାଉଛନ୍ତି, ସେହି ବିଷୟରେ ଅଧିକ ଉଲେଖ କରିବାକୁ ଯାଉଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### “ଆଦ୍ୟରେ”
କେତେକ ଭାଷା ଓ ସଂସ୍କୃତି କହିଥାନ୍ତି ଯେପରି ଜଗତ ସର୍ବଦା ରହିଅଛି, ଯେପରି ଏହାର କୌଣସି ଆରମ୍ଭ ନାହିଁ I କିନ୍ତୁ “ବହୁ କାଳ ପୂର୍ବେ” ବିଷୟଟି “ଆଦ୍ୟରେ” ଶବ୍ଦଠାରୁ ସମ୍ପୁର୍ଣ ଭିନ୍ନ ଅଟେ, ଓ ତୁମେ ନିଶ୍ଚିତ ହେବା ଆବଶ୍ୟକ ଯେ ତୁମର ଅନୁବାଦ ଠିକ୍ ଭାବରେ ବିଷୟକୁ ପ୍ରକାଶ କରୁଅଛି I
### “ମନୁଷ୍ୟ ପୁତ୍ର”
ଯୀଶୁ ଏହି ଅଧ୍ୟାୟରେ ଆପଣାକୁ ମନୁଷ୍ୟ ପୁତ୍ର ଭାବେ କହୁଛନ୍ତି ([ଯୋହନ ୧:୫୧](../../jhn/01/51.md)) I ତୁମର ଭାଷା ହୁଏତ ଅନ୍ୟକାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦେଇନପାରେ I (ଦେଖ: [[rc://*/tw/dict/bible/kt/sonofman]] ଓ [[rc://*/ta/man/translate/figs-123person]])