or_tn/jas/front/intro.md

62 lines
11 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଯାକୁବ ପୂସ୍ତକର ପରିଚୟ
## ଭାଗ ୧: ସାଧାରଣ ସୂଚନା
### ଯାକୁବ ପୁସ୍ତକର ରୂପରେଖା
୧. ଅଭିବାଦନ (୧:୧)
୧. ପରୀକ୍ଷା ଓ ପରିପକ୍ବତା (୧:-୧୮)
୧. ଈଶ୍ବରଙ୍କ ବାକ୍ୟ ଶୁଣିବା ଓ ପାଳନ କରିବା (୧:୧୯-୨୭)
୧. ସତ୍ୟ ବିଶ୍ବାସ କାର୍ଯ୍ୟରେ ଦେଖାଯାଏ
- ଈଶ୍ବରଙ୍କ ବାକ୍ୟ (୧:୧୯-୨୭)
- ପ୍ରେମ କରିବା ନିମନ୍ତେ ରାଜକୀୟ ନିୟମ(:୧-୧୩)
- କାର୍ଯ୍ୟଗୁଡିକ (:୧୪-୨୬)
୧. ସମାଜରେ ଥିବା ସମସ୍ୟାଗୁଡିକ
- ଜିହ୍ବାର ବିପଦମାନ (୩:୧-୧୨)
- ଉର୍ଦ୍ଧସ୍ଥ ଜ୍ଞାନ (୩:୧୩-୧୮)
- ଜାଗତିକ ଅଭିଳାଷ (୪:୧-୧୨)
୧. ତୁମ୍ଭମାନଙ୍କ ବିଚାର ଉପରେ ଈଶ୍ବରଙ୍କ ପରିପ୍ରେକ୍ଷଣ
- ଆସନ୍ତାକାଲି ବିଷୟରେ ଦର୍ପ କରିବା (୪:୧୩-୧୭)
- ଧନୀ ହେବା ବିଷୟରେ ଚେତାବନୀ (୫:୧-୬)
- ଧର୍ଯ୍ୟର ସହିତ ଦୁଃଖଭୋଗ କରିବା (୫:୭-୧୧)
- ଶେଷ ପରାମର୍ଶଗୁଡିକ
- ଶପଥଗୁଡିକ (୫:୧୨)
୧. ପ୍ରାର୍ଥନା ଓ ସୁସ୍ଥତା (୫:୧୩-୧୮)
- ପରସ୍ପର ପ୍ରତି ଯତ୍ନବାନ ହେବା (୫:୧୯-)
### ଯାକୁବ ପୁସ୍ତକ କିଏ ଲେଖିଛନ୍ତି ?
ଲେଖକ ଆପଣାକୁ ଯାକୁବ ଭାବେ ପରିଚୟ ଦିଅନ୍ତି । ସେ ସମ୍ଭବତଃ ଯାକୁବ ଥିଲେ, ଯୀଶୁଙ୍କ ଭ୍ରାତା । ଯାକୁବ ଆଦ୍ୟ ମଣ୍ଡଳୀର ଜଣେ ଅଧକ୍ଷ ଥିଲେ ଓ ଯିରୁଶାଲମ ପରିଷଦର ଜଣେ ସଦସ୍ୟ ଥିଲେ । ପ୍ରେରିତ ପାଉଲ ମଧ୍ୟ ତାହାଙ୍କୁ ମଣ୍ଡଳୀର ଏକ “ସ୍ତମ୍ଭ” ଭାବେ ସମ୍ବୋଧନ କରନ୍ତି । ଏହି ବ୍ୟକ୍ତି ଜଣକ ପ୍ରେରିତ ଯାକୁବ ନୁହନ୍ତି । ପ୍ରେରିତ ଯାକୁବ ଏହି ପତ୍ର ଲେଖାଯିବା ପୁର୍ବରୁ ହତ୍ୟା କରାଯାଇ ଥିଲେ ।
### ଯାକୁବ ପୁସ୍ତକ କେଉଁ ବିଷୟରେ ଲେଖାଯାଇଛି ?
ଏହି ପତ୍ରରେ, ଯାକୁବ ବିଶ୍ବାସୀମାନଙ୍କୁ ଉତ୍ସାହିତ କଲେ ଯେଉଁମାନେ ତାଡନା ଭୋଗ କରୁଥିଲେ । ସେ ସେମାନଙ୍କୁ ଜଣାଇବା ନିମନ୍ତେ କହନ୍ତି ଯେ ଈଶ୍ବର ସେମାନଙ୍କୁ ପରିପକ୍ବତା ଖ୍ରୀଷ୍ଟିଆନ ହେବାରେ ସାହାଯ୍ୟ କରିବା ନିମନ୍ତେ ସେମାନଙ୍କ କ୍ଲେଶଭୋଗକୁ ବ୍ୟବହାର କରୁଛନ୍ତି । ଯାକୁବ ଆହୁରି ମଧ୍ୟ ସେମାନଙ୍କୁ କହନ୍ତି ଯେ ବିଶ୍ବାସୀମାନଙ୍କ ନିମନ୍ତେ ଉତ୍ତମ କର୍ମ କରିବାର ଆବଶ୍ୟକତା ରହିଛି । ସେ ଏହି ପତ୍ରରେ ଅଧିକ ଭାବେ ବିଶ୍ବାସୀମାନେ କିପରି ଜୀବନଯାପନ କାରିବା ଉଚିତ ଓ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଆବଶ୍ୟକ ସେହି ବିଷୟରେ ଉଲ୍ଲେଖ କରନ୍ତି । ଉଦାହରଣ ସ୍ବରୂପ, ସେ ସେମାନଙ୍କୁ ପରସ୍ପର ପ୍ରତି ନ୍ୟାୟରେ ବା ପ୍ରେମରେ ବ୍ୟବହାର କରିବା, ପରସ୍ପର ମଧ୍ୟରେ ବିବାଦ ନକରିବା, ଓ ସମ୍ଫତିକୁ ବୁଦ୍ଧିରେ ବ୍ୟବହାର କରିବା ବିଷୟରେ ପରାମର୍ଶ ଦେଇଛନ୍ତି ।
ଯାକୁବ ତାହାଙ୍କ ପାଠକମାନଙ୍କୁ ପ୍ରକୃତିକୁ ଉଦାହଣ ସ୍ବରୂପେ ବ୍ୟବହାର କରି କେତେକ ଶିକ୍ଷା ଦିଅନ୍ତି, ଯେପରିକି ୧:୬, ୧୧ ଓ ୩:୧-୧୨ରେ ଅଛି । ଏହି ପତ୍ରର ଅଧିକାଂଶ ଶିକ୍ଷା ଯୀଶୁଙ୍କ ପର୍ବତ୍ୟ ଉପଦେଶ ସହିତ ସମାନ ଅଟେ (ମାଥିଉ୫-୭) ।
### “ଛିନ୍ନଭିନ୍ନ ହୋଇ ରହିଥିବା ବାରଗୋଷ୍ଠି” କିଏ ଥିଲେ ?
ଯାକୁବ କହନ୍ତି ଯେ ସେ “ଛିନ୍ନଭିନ୍ନ ହୋଇ ରହିଥିବା ବାରଗୋଷ୍ଠି” ନିକଟକୁ ଏହି ପତ୍ର ଲେଖୁଛନ୍ତି (୧:୧) । କେତେକ ବିଦ୍ବାନମାନେ କହନ୍ତି ଯେ ଯାକୁବ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଛନ୍ତି । ଅନ୍ୟ ବିଦ୍ବାନମାନେ କହନ୍ତି ଯେ ଯାକୁବ ସମୂହଭାବେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଛନ୍ତି । ଏହି ପତ୍ର “ସାଧାରଣ ପତ୍ର”ମାନଙ୍କ ମଧ୍ୟରୁ ଗୋଟିଏ ହେବା କୁହାଯାଏ, ଯେହେତୁ ଏହା କୌଣସି ନିର୍ଦ୍ଧିଷ୍ଟ ମଣ୍ଡଳୀକୁ କିମ୍ବା କୌଣସି ବ୍ୟକ୍ତି ବିଶେଷ ନିକଟକୁ ଲେଖାଯାଇ ନଥିଲା ।
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଯାକୁବ” ନାମରେ ନାମିତ କରିଥାଇ ପାରନ୍ତି । କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଯାକୁବଙ୍କଠାରୁ ଏକ ପତ୍ର” ବା “ଯାକୁବଙ୍କ ଲିଖିତ ପତ୍ର” ମନୋନିତ କରିଥାଇ ପାରନ୍ତି ।“ (ଦେଖ: [[rc://*/ta/man/translate/translate-names]])
## ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସଂସ୍କୃତିକ ଧାରଣା
### ଜଣେ ବ୍ୟକ୍ତି ଈଶ୍ବରଙ୍କ ସମ୍ମୁଖରେ କିପରି ଧାର୍ମିକ ଗଣିତ ହୋଇପାରେ ଏହି ଉକ୍ତିରେ ଯାକୁବ କି ପାଉଲଙ୍କ ସହିତ ଅସମତି ଥିଲେ ?
ପାଉଲ ରୋମୀୟରେ ଶିକ୍ଷା ଦେଲେ ଯେ ଖ୍ରୀଷ୍ଟିୟାନମାନେ ବିଶ୍ବାସ ଦ୍ବାରା ଧାର୍ମିକ ଗଣିତ ହୁଅନ୍ତି, କର୍ମ ଦ୍ବାରା ନୁହେଁ । ଯାକୁବ ଶିକ୍ଷା ଦେବା ଦେଖାଯାଏ ଯେ ଖ୍ରୀଷ୍ଟିୟାନମାନେ କର୍ମ ଦ୍ବାରା ଧାର୍ମିକ ଗଣିତ ହେବେ । ଏହା ଦ୍ବନ୍ଦ ସୃଷ୍ଟି କରିପାରେ । କିନ୍ତୁ ପାଉଲ ଓ ଯାକୁବ ଯାହା ଶିକ୍ଷା ଦିଅନ୍ତି ତାହାକୁ ଭଲଭାବରେ ବୁଝିଲେ ଜାଣାପଡେ ଯେ ସେମାନେ ପରସ୍ପର ସହିତ ଏକମତ ଅଟନ୍ତି । ଉଭୟ ଶିକ୍ଷା ଦିଅନ୍ତି ଯେ ଜଣେ ବ୍ୟକ୍ତି ଧାର୍ମିକ ହେବା ନିମନ୍ତେ ବିଶ୍ବାସ କରିବା ଆବଶ୍ୟକ ଅଟେ । ଏବଂ ସେମାନେ ଉଭୟ ଶିକ୍ଷା ଦିଅନ୍ତି ଯେ ସତ୍ୟ ବିଶ୍ବାସ ଜଣେ ବ୍ୟକ୍ତିକୁ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରେତ୍ସାହନ କରିଥାଏ । ପାଉଲ ଓ ଯାକୁବ ଏହି ବିଷୟକୁ ଭିନ୍ନଭାବେ ଶିକ୍ଷା ଦିଅନ୍ତି କାରଣ ସେମାନଙ୍କର ଭିନ୍ନ ଭିନ୍ନ ପାଠକମାନେ ଥିଲେ ଯେଉଁମାନଙ୍କୁ ଧାର୍ମିକ ହେବା ବିଷୟରେ ଅଲଗା ଅଲଗା ବିଷୟରେ ଜାଣିବା ଆବଶ୍ୟକ ଥିଲା । (ଦେଖ: [[rc://*/tw/dict/bible/kt/justice]] ଓ [[rc://*/tw/dict/bible/kt/faith]] ଓ [[rc://*/tw/dict/bible/kt/works]])
## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟା
### ଅନୁବାଦକମାନେ କିପରି ଯାକୁବ ପୁସ୍ତକର ବିଷୟବସ୍ତୁକୁ ସାଂକେତିକ ଅବସ୍ଥାନ୍ତର କରିବେ ?
ଏହି ପତ୍ର ଶୀଘ୍ର ବିଷୟବସ୍ତୁକୁ ବଦଳାଏ । କେତେକ ସମୟରେ ଯାକୁବ ପାଠକମାନଙ୍କୁ କହନ୍ତି ନାହିଁ ଯେ ସେ ବିଷୟବସ୍ତୁକୁ ବଦଳାଇବାକୁ ଯାଉଛନ୍ତି । ଏହା ସ୍ବୀକାର କରାଯାଇପାରିବ ଯେ ପଦଗୁଡିକ ମଧ୍ୟରେ ପରସ୍ପର ଅସଂଲଗ୍ନ ରହିଅଛି । ଏହା ହୁଏତ ଯଦି ପରିଛେଦକୁ ଏକ ନୂଆ ଧାଡିରେ ଆରମ୍ଭ କରି କିମ୍ବା ବିଷୟବସ୍ତୁ ମଝିରେ ଏକ ପାଙ୍ଖା ଛାଡି ଲେଖିଲେ ବୁଝା ପଡିପାରେ ।
### ଯାକୁବ ପୁସ୍ତକରେ ମୂଖ୍ୟ ବିଷୟ ଗୁଡିକ କ’ଣ ଅଟେ ?
* “ହେ ନିର୍ବୋଧମାନେ, ତୁମେ କି ଜାଣିବାକୁ ଇଚ୍ଛା କରୁଅଛ, କର୍ମ ବିନା ବିଶ୍ବାସ ବୃଥା ଅଟେ ?” (:) । ULT, UST, ଓ ଆଧୁନିକ ସଂସ୍କରଣ ଏହି ପ୍ରକାରରେ ଲେଖନ୍ତି । କେତେକ ପୁରାତନ ସଂସ୍କରଣ ଲେଖନ୍ତି ଯେ, “ହେ ନିର୍ବୋଧମାନେ, ତୁମେ କି ଜାଣିବାକୁ ଚାହୁଁଛ, କର୍ମ ବିନା ବିଶ୍ବାସ ମୃତ ଅଟେ ?” ଯଦି ଅନୁବାଦିତ ବାଇବଲ ସର୍ବସାଧାରଣ ଅଞ୍ଚଳରେ ରହିଅଛି, ଅନୁବାଦକ ସେହି ବ୍ୟବହୃତ କରାଯାଉଥିବା ବାଇବଲକୁ ବ୍ୟବହାର କରିବା ଉଚିତ । ଯଦି ନୁହେଁ, ଅନୁବାଦକମାନଙ୍କୁ ଆଧୁନିକ ବାଇବଲକୁ ଅନୁସରଣ କରିବା ନିମନ୍ତେ ଉପଦେଶ ଦିଆଯାଇଛି ।
(ଦେଖ: [[rc://*/ta/man/translate/translate-textvariants]])