or_tn/jas/01/intro.md

26 lines
3.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଯାକୁବ ୦୧ ସାଧାରଣ ଟିପ୍ପଣୀ ## ଗଠନ ପ୍ରଣାଳୀ ଓ ଆକୃତି
ଯାକୁବ ସାଧାରଣଭାବେ ୧ ପଦରେ ଏହି ପତ୍ରର ପରିଚୟ ଦିଅନ୍ତି । ପ୍ରାଚୀନ ପୁର୍ବଦେଶରେ ଲେଖକମାନେ ଏହି ପ୍ରକାରରେ ପତ୍ର ଲେଖିବା ଆରମ୍ଭ କରୁଥିଲେ ।
## ଏହି ଅଧ୍ୟାୟର ବିଶେଷ ଧାରଣା
### ପରୀକ୍ଷା ଓ ପ୍ରୋଲୋଭନ
ଏହି ଦୁଇଟି ଶବ୍ଦ ([ଯାକୁବ୧:୧୨-୧୩](./୧୨.md))ରେ ଏକ ସଙ୍ଗରେ ରୁହନ୍ତି । ଉଭୟ ଶବ୍ଦ ଜଣେ ବ୍ୟକ୍ତିଙ୍କ ବିଷୟରେ କହନ୍ତି ଯେ ଭଲକର୍ମ ଓ ମନ୍ଦକର୍ମ ମଧ୍ୟରେ ମନୋନୀତ କରିବାରେ ସକ୍ଷମ ହୁଅନ୍ତି । ସେଗୁଡିକ ମଧ୍ୟରେ ଭିନ୍ନତା ଗୁରୁତ୍ବପୂର୍ଣ୍ଣ ଅଟେ । ଈଶ୍ବର ବ୍ୟକ୍ତି ଜଣକୁ ପରୀକ୍ଷା କରନ୍ତି ଓ ଯାହା ଉତ୍ତମ ଅଟେ ତାହା କରିବା ଚାହାନ୍ତି । ଶୟତାନ ବ୍ୟକ୍ତି ଜଣକୁ ପ୍ରଲୋଭନ କରେ ଓ ଯାହା ମନ୍ଦ ଅଟେ ତାହାକୁ କରିବା ନିମନ୍ତେ ଚାହେଁ
### ମୁକୁଟ
ଜଣେ ବ୍ୟକ୍ତି ମୁକୁଟ ପାଏ ଯେ ପରୀକ୍ଷାରେ ସଫଳ ହୋଇ ପୁରସ୍କୃତ ହୁଏ, ଯେଉଁ ଲୋକ କିଛି ଉତ୍ତମ କର୍ମ କରେ ସେ ତାହା ପାଏ । (ଦେଖ: [[rc://*/tw/dict/bible/other/reward]])
## ଏହି ଅଧ୍ୟାୟରେ ମୁଖ୍ୟ ଅଳଙ୍କାର
### ରୂପକଗୁଡିକ
ଯାକୁବ ଏହି ଅଧ୍ୟାୟରେ ଅନେକ ରୂପକଗୁଡିକୁ ବ୍ୟବହାର କରନ୍ତି, ଏବଂ ତୁମେ ସେମାନଙ୍କୁ ଭାଲରୁପେ ଅନୁବାଦ କରିବା ପୂର୍ବରୁ ବାକ୍ୟ ରହିଥିବା ପୃଷ୍ଠାରେ ରୁପକର ବିଷୟବସ୍ତୁକୁ ବୁଝିବାକୁ ଆବଶ୍ୟକ ହେବ । (ଦେଖ: [[rc://*/ta/man/translate/figs-metaphor]])
## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା
### “ଛିନ୍ନଭିନ୍ନ ହୋଇଥିବା ବାରଗୋଷ୍ଠି ନିକଟକୁ”
ଯାକୁବ ଏହି ପତ୍ର କାହା ନିକଟକୁ ଲେଖିଛନ୍ତି ଏହା ସ୍ପଷ୍ଟ ନୁହେଁ । ସେ ଆପଣାକୁ ପ୍ରଭୁ ଯୀଶୁଙ୍କ ସେବକ କହନ୍ତି, ତେଣୁ ସେ ସମ୍ଭବତଃ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିନ୍ତି । କିନ୍ତୁ ସେ ତାହାଙ୍କ ପାଠକମାନଙ୍କୁ ““ଛିନ୍ନଭିନ୍ନ ହୋଇଥିବା ବାରଗୋଷ୍ଠି” କହନ୍ତି, ଯେଉଁ ଶବ୍ଦଗୁଡିକ ସାଧାରଣତଃ ଯିହୁଦୀମାନଙ୍କୁ ବୁଝାଏ । ଏହା ସମ୍ଭବ ଅଟେ ଯେ ସେ ଏହି ଶବ୍ଦକୁ “ସମସ୍ତ ଲୋକମାନଙ୍କୁ ଯାହାକୁ ଈଶ୍ବର ମନୋନିତ କରିଛନ୍ତି” ସେମାନଙ୍କ ନିମନ୍ତେ ଏକ ରୂପକଭାବେ ବ୍ୟବହାର କରନ୍ତି କିମ୍ବା ସେ ଯେଉଁ ସମୟରେ ପତ୍ର ଲେଖିଲେ ଯେତେବେଳେ ଅଧିକାଂଶ ଖ୍ରୀଷ୍ଟିୟାନମାନେ ଯିହୁଦୀମାନଙ୍କ ସଦୃଶ୍ୟ ବୃଦ୍ଧି ପାଇଲେ ।