or_tn/act/09/intro.md

18 lines
3.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# ପ୍ରେରିତ ୦୯ ସାଧାରଣ ସୂଚନା
## ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା
### ""ସେହି ମାର୍ଗ""
କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ କିଏ ବିଶ୍ବାସୀମାନଙ୍କୁ ପ୍ରଥମେ “ମାର୍ଗର ଅନୁଗମନକାରୀ” ବୋଲି କହିଲେ I ଏହା ସମ୍ଭବତଃ ବିଶ୍ବାସୀମାନେ ନିଜେ ଆପଣା ଆପଣା ସମ୍ବନ୍ଧରେ କହିଥିଲେ, କାରଣ ବାଇବଲ ବାରମ୍ବାର ଠିକ୍ ଭାବରେ ଜୀବନ ଯାପନ କରୁଥିବା ଲୋକଙ୍କ ବିଷୟରେ କହିଥାଏ ସତେ ଯେପରି ସେ ଲୋକ ପଥ ଅବା “ମାର୍ଗ”ରେ ଚାଲୁଛି I ଏହା ଯଦି ସତ୍ୟ ଅଟେ, ତେବେ ବିଶ୍ବାସୀମାନେ ଈଶ୍ବରଙ୍କର ସନ୍ତୋଷଜନକ ଜୀବନ ଯାପନ କରି “ପ୍ରଭୁଙ୍କ ପଥର ଅନୁଗମନ” କରୁଥିଲେ I
### ""ଦମ୍ମେସକସ୍ଥିତ ସମାଜଗୃହଗୁଡ଼ିକ ନିମନ୍ତେ ପତ୍ର”
ପାଉଲ ମାଗିଥିବା “ପତ୍ର”ଗୁଡ଼ିକ ସମ୍ଭବତଃ ଆଇନଗତ ପତ୍ର ଥିଲା ଯାହା ଖ୍ରୀଷ୍ଟିୟାନମାନଙ୍କୁ ନେଇ କାରାଗାରରେ ରଖିବା ନିମନ୍ତେ ତାଙ୍କୁ ଅନୁମତି ଦେଉଥିଲା I ଦମ୍ମେସକରେ ଥିବା ସମାଜଗୃହର ନେତାଗଣ ସେ ପତ୍ର ମାନିଥାନ୍ତେ, କାରଣ ଏହା ମହାଯାଜକଙ୍କ ଦ୍ବାରା ଲିଖିତ ହୋଇଥିଲା I ଯଦି ରୋମୀୟମାନେ ସେହି ପତ୍ର ଦେଖିଥାନ୍ତେ, ସେମାନେ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କୁ ତାଡ଼ନା କରିବାପାଇଁ ଶାଉଲଙ୍କୁ ଅନୁମତି ଦେଇଥାନ୍ତେ, କାରଣ ସେମାନେ ସେମାନଙ୍କ ଧର୍ମର ବ୍ୟବସ୍ଥା ଲଂଘନ କରୁଥିବା ଲୋକମାନଙ୍କ ପ୍ରତି ଯାହା ଇଚ୍ଛା ତାହା କରିବାକୁ ଯିହୂଦୀମାନଙ୍କୁ ଅନୁମତି ଦେଇଥିଲେ I
## ଏହି ଅଧ୍ୟାୟରେ ଥିବା ଅନୁବାଦ ଜନିତ ଅନ୍ୟ ସମ୍ଭାବିତ ପ୍ରତିବନ୍ଧକ
### ଯୀଶୁଙ୍କୁ ଦର୍ଶନ କରିବା ସମୟରେ ଶାଉଲ କ’ଣ ଦେଖିଲେ
ଏହା ସ୍ପଷ୍ଟ ଯେ ଶାଉଲ ଏକ ଆଲୋକ ଦେଖିଲେ ଓ ସେହି ଆଲୋକ ସକାଶୁ ସେ “ଭୂମିରେ ପଡିଗଲେ I” କେତେକ ଲୋକ ଭାବିଥାନ୍ତି ଯେ ଶାଉଲ ଜାଣିଥିଲେ ଯେ ଜଣେ ମନୁଷ୍ୟର ଆକୃତି ନ ଥାଇ କଥା କହୁଥିବା ବ୍ୟକ୍ତି ପ୍ରଭୁ ହିଁ ଅଟନ୍ତି, କାରଣ ଈଶ୍ବର ଆଲୋକ ଓ ଆଲୋକ ମଧ୍ୟରେ ବାସ କରନ୍ତି ବୋଲି ବାଇବଲ ଅନେକ ଥର କହିଥାଏ I ଅନ୍ୟ କେତେକ ଭାବନ୍ତି ଯେ ଜୀବନର ପରବର୍ତ୍ତୀ ସମୟରେ ସେ “ମୁଁ ପ୍ରଭୁ ଯୀଶୁଙ୍କୁ ଦେଖିଅଛି” ବୋଲି କହିବାକୁ ସକ୍ଷମ ହୋଇଥିଲେ, କାରଣ ସେଠାରେ ସେ ଏକ ମନୁଷ୍ୟର ଆକୃତି ଦେଖିଥିଲେ I