24 lines
3.3 KiB
Markdown
24 lines
3.3 KiB
Markdown
|
# ୧ ପିତର ୦୧ ସାଧାରଣ ସୂଚନା
|
|||
|
|
|||
|
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
|
|||
|
|
|||
|
୧-୨ ପଦରେ ପିତର ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I
|
|||
|
|
|||
|
କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧:୨୪-୨୫ ପଦରେ ତାହା କରୁଛି, ଯାହା ପୁରାତନ ନିୟମର ପଦ ସବୁ ଅଟେ I ଏହି ଅଧ୍ୟାୟର ବିଶେଷ ଧାରଣା
|
|||
|
|
|||
|
### ଯାହା ଈଶ୍ବର ପ୍ରକାଶ କରନ୍ତି
|
|||
|
|
|||
|
ଯେତେବେଳେ ଯୀଶୁ ପୁନରାଗମନ କରିବେ, ଈଶ୍ବରଙ୍କ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସକାଶୁ କେତେ ଭଲ ବୋଲି ପ୍ରତେକେ ଦେଖିବେ I ତା’ପରେ ଈଶ୍ବରଙ୍କ ଲୋକମାନେ ଦେଖିବେ ଯେ ଈଶ୍ବର ସେମାନଙ୍କ ପ୍ରତି କେତେ ଦୟାଳୁ ଅଟନ୍ତି ଓ ସବୁ ଲୋକମାନେ ଈଶ୍ବରଙ୍କ ଓ ଈଶ୍ବରଙ୍କ ଲୋକମାନଙ୍କ ପ୍ରଶଂସା କରିବେ I
|
|||
|
|
|||
|
### ପବିତ୍ରତା
|
|||
|
|
|||
|
ଈଶ୍ବର ଚାହାନ୍ତି ଯେ ତାହାଙ୍କର ଲୋକମାନେ ପବିତ୍ର ହୁଅନ୍ତୁ, କାରଣ ଈଶ୍ବର ପବିତ୍ର ଅଟନ୍ତି I (ଦେଖ: [[rc://*/tw/dict/bible/kt/holy]])
|
|||
|
|
|||
|
### ଅନନ୍ତ କାଳ
|
|||
|
|
|||
|
ପିତର ଖ୍ରୀଷ୍ଟିୟାନମାନଙ୍କୁ ଜଗତର ଅସ୍ଥାୟୀ ବିଷୟ ପ୍ରତି ନୁହେଁ, ବରଂ ଅନନ୍ତକାଳସ୍ଥାୟୀ ବିଷୟ ସକାଶେ ଜୀବନ ଯାପନ କରିବାକୁ କହୁଛନ୍ତି I (ଦେଖ: [[rc://*/tw/dict/bible/kt/eternity]])
|
|||
|
|
|||
|
## ଦ୍ବନ୍ଦତାମୂଳକ ସତ୍ୟତା
|
|||
|
|
|||
|
ଗୋଟିଏ ଦ୍ବନ୍ଦତାମୂଳକ ସତ୍ୟତା ହେଉଛି ଏକ ସତ୍ୟ ଉକ୍ତି, ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବା ପରି ମନେ ହୁଏ I ପିତର ଲେଖନ୍ତି ଯେ ତାହାଙ୍କ ପାଠକମାନେ ଏକ ସମୟରେ ଆନନ୍ଦିତ ଓ ଦୁଃଖିତ ଅଟନ୍ତି ([୧ ପିତର ୧:୬](./06.md))I ସେ ଏହା କହିପାରିବେ, କାରଣ ଦୁଃଖଭୋଗ କରୁଥିବାରୁ ସେମାନେ ଦୁଃଖିତ, କିନ୍ତୁ ଈଶ୍ବର ସେମାନଙ୍କୁ “ଶେଷକାଳରେ” ପରିତ୍ରାଣ କରିବେ ବୋଲି ଜାଣି ସେମାନେ ଆନନ୍ଦିତ ଅଟନ୍ତି ([୧ ପିତର ୧:୫](./05.md))
|