From 87d619539ba10a41aac9fe45adb311553a9f01bf Mon Sep 17 00:00:00 2001 From: Amos Khokhar Date: Tue, 5 Sep 2023 06:43:15 +0000 Subject: [PATCH] Update en_tn_47-1CO.tsv --- en_tn_47-1CO.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_47-1CO.tsv b/en_tn_47-1CO.tsv index 7d29d57..3712bee 100644 --- a/en_tn_47-1CO.tsv +++ b/en_tn_47-1CO.tsv @@ -1,4 +1,4 @@ -"Book" "Chapter" "Verse" "ID" "SupportReference" "OrigQuote" "Occurrence" "GLQuote" "OccurrenceNote" +Book Chapter Verse ID SupportReference OrigQuote Occurrence GLQuote OccurrenceNote "1CO" "front" "intro" "e8ey" 0 "# ୧ କରିନ୍ଥୀୟର ପରିଚୟ

## ଭାଗ ୧: ସାଧାରଣ ପରିଚୟ

### ୧ କରିନ୍ଥୀୟ ପୁସ୍ତକର ରୂପରେଖା

1. ଆରମ୍ଭ (୧:୧–୯)

2. ବିଭାଜନ ବିରୁଦ୍ଧରେ (୧:୧୦–୪: ୧୫)
3. ଯୌନ ଅନୈତିତିକତା ବିରୁଦ୍ଧରେ (୪:୧୬–୬:୨୦)
4. ନିବୃତ୍ତତା ବିଷୟରେ (୭:୧-୪୦)
5. ଭୋଜନ ବିଷୟରେ (୮:୧–୧୧:୧)
6. ମସ୍ତକ ଆଚ୍ଛାଦନ ବିଷୟରେ (୧୧:୨-୧୬)
7. ପ୍ରଭୁଙ୍କଭୋଜ ବିଷୟରେ (୧୧:୧୭-୩୪)
8. ଆତ୍ମିକ ଦାନଗୁଡ଼ିକ ବିଷୟରେ (୧୨:୧–୧୪:୪୦)
9. ମୃତମାନଙ୍କର ପୁନରୁତ୍ଥାନ ବିଷୟରେ (୧୫: ୧-୫୮)
10. ସଂଗ୍ରହ ଏବଂ ପରିଦର୍ଶନ ବିଷୟରେ (୧୬: ୧–୧୨)
11. ଶେଷ: ଅନ୍ତିମ ଆଦେଶ ଏବଂ ଅଭିବାଦନ (୧୬:୧୩–୨୪)

ଏହି ପ୍ରତ୍ୟେକ ବିଭାଗ ନିମନ୍ତେ ଅଧିକ ଗୁଣବାଚକ ବିବରଣୀ ଅଧ୍ୟାୟ ପ୍ରାରମ୍ଭରେ ଉଲ୍ଲେଖ ଅଛି।

### ୧ କରିନ୍ଥୀୟ ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ପାଉଲ ବୋଲି ପରିଚିତ କରନ୍ତି। ପ୍ରେରିତ ପାଉଲ ତାର୍ଷ ସହରର ଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ। ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ ଏବଂ ସେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେଉଥିଲେ। ସେ ଖ୍ରୀଷ୍ଟିୟାନ ହେବା ପରେ ସେ ରୋମୀୟ ସାମ୍ରାଜ୍ୟରେ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିଥିଲେ। ପାଉଲ ତୃତୀୟ ଥର ରୋମୀୟ ସାମ୍ରାଜ୍ୟରେ ଭ୍ରମଣ କରିବା ସମୟରେ କରିନ୍ଥୀୟମାନଙ୍କୁ ପରିଦର୍ଶନ କରିଥିଲେ (ଦେଖନ୍ତୁ [ପ୍ରେରିତ ୧୮:୧–୧୮](../act/18/01.md))। ଏହା ପରେ, ପାଉଲ ଏଫିସରେ ଥିବା ସମୟରେ ଏହି ପତ୍ରକୁ ଲେଖିଥିଲେ ([୧୬: ୮](../16/08.md))। ସେ ସେଠାରେ ରହି ଦୁଇ ବର୍ଷରୁ ଅଧିକ ସମୟ ଧରି ସୁସମାଚାର ପ୍ରଚାର କରିଥିଲେ (ଦେଖନ୍ତୁ ପ୍ରେରିତ ୧୯: ୧–- ୧୦) (../act/19/01.md) ଏବଂ ଏହା ସେ ସେହି ବର୍ଷଗୁଡ଼ିକରେ କରିନ୍ଥୀୟମାନଙ୍କୁ ଲେଖିଥିଲେ।

### ୧ କରିନ୍ଥୀୟଙ୍କ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ?

ପାଉଲ ଏଫିସରେ ଥିବା ସମୟରେ କରିନ୍ଥୀୟମାନଙ୍କ ବିଷୟରେ ଜାଣିବାକୁ ପାଇଥିଲେ। “ଖ୍ଳୟୀ”ର ପରିଜନମାନେ ପାଉଲଙ୍କୁ କରିନ୍ଥୀୟ ଗୋଷ୍ଠୀର “ଦଳଭେଦ” ବିଷୟରେ କହିଥିଲେ ([୧:୧୧](../01/11.md)) ଏବଂ କରିନ୍ଥୀୟ ବିଶ୍ଵାସୀମାନେ ତାହାଙ୍କୁ ପତ୍ର ଲେଖି ପ୍ରଶ୍ନ ପଚାରିଥିଲେ ([୭:୧](../07/01.md)) ପାଉଲ ଏହା ମଧ୍ୟ ଲେଖନ୍ତି ଯେ ସେମାନେ ଯାହା କରୁଛନ୍ତି ଏବଂ କରୁଛନ୍ତି ସେ ବିଷୟରେ ସେ “ଶୁଣିଛନ୍ତି” (ଦେଖନ୍ତୁ [୫:୧](../05/01.md); [୧୧:୧୮](../ 11 / 18.md) ; [15:12] (../ 15 / 12.md))। ସେ ହୁଏତ “ଖ୍ଳୟୀଙ୍କ” ପରିଜନମାନଙ୍କଠାରୁ, ସେମାନଙ୍କ ପତ୍ରରୁ କିମ୍ବା “ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକ” ଠାରୁ ଜାଣିଥିବେ, ଯେଉଁମାନେ ଏହି ପତ୍ର ଲେଖିବା ପୂର୍ବରୁ ପାଉଲଙ୍କୁ ଦେଖା କରିଥିଲେ (ଦେଖନ୍ତୁ [୧୬:୧୭](../16/17.md))। କରିନ୍ଥୀୟମାନେ କିପରି ଜୀବନଯାପନ କରୁଛନ୍ତି ସେ ବିଷୟରେ ସେ ଯାହା ଶୁଣିଛନ୍ତି ତାହାର ଉତ୍ତରରେ ପାଉଲ ତାହାଙ୍କ ପତ୍ର ଲେଖିଛନ୍ତି। ସେ କ୍ରମରେ ଏକାଧିକ ବିଷୟକୁ ସମ୍ବୋଧିତ କରନ୍ତି। ଆପଣ ଉପରୋକ୍ତ ରୂପରେଖା ଗୁଡ଼ିକରେ ଏହି ବିଷୟଗୁଡ଼ିକ ଦେଖିପାରିବେ। ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ଏବଂ ଯୀଶୁଙ୍କ ଅନୁସରଣକାରୀମାନଙ୍କ ପରି ଆଚରଣ କରିବାକୁ ଉତ୍ସାହିତ କରନ୍ତ।

### ଏହି ପୁସ୍ତକର ନାମ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ ""ପ୍ରଥମ କରିନ୍ଥୀୟ"" କିମ୍ବା ""୧ କରିନ୍ଥୀୟ"" ବୋଲି ଅନୁବାଦ କରିପାରନ୍ତି। କିମ୍ବା ସେମାନେ ଏକ ସ୍ପଷ୍ଟ ନାମରେ ଯେପରିକି “କରିନ୍ଥୀୟ ମଣ୍ଡଳୀକୁ ପାଉଲଙ୍କ ପ୍ରଥମ ପତ୍ର” କିମ୍ବା “କରିନ୍ଥୀରେ ଥିବା କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ ପ୍ରଥମ ପତ୍ର” ଅନୁବାଦ କରିପାରିବେ। (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ ୨: ଗୁରୁତ୍ଵତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### କରିନ୍ଥୀୟ ସହର କିପରି ଥିଲା?

କରିନ୍ଥୀୟ ପ୍ରାଚୀନ ଗ୍ରୀସରେ ଅବସ୍ଥିତ ଏକ ପ୍ରମୁଖ ସହର ଥିଲା। ଏହା ଭୂମଧ୍ୟସାଗର ନିକଟରେ ଏବଂ ଏକ ଗୁରୁତ୍ଵତ୍ୱପୂର୍ଣ୍ଣ ସ୍ଥାନରେ ଥିବାରୁ ଅନେକ ଯାତ୍ରୀ ଏବଂ ବ୍ୟବସାୟୀ ସେଠାରେ ସାମଗ୍ରୀ କିଣିବାକୁ ଆସୁଥିଲେ। ତେଣୁ ସହରରେ ଅନେକ ପ୍ରକାରର ଲୋକ ସେଠାରେ ବାସ କରୁଥିଲେ ଏବଂ ସେଠାରେ ଅନେକ ଧନୀ ଲୋକ ଥିଲେ। କରିନ୍ଥୀୟର ଲୋକମାନେ ଅନେକ ଭିନ୍ନ ଦେବତାମାନଙ୍କୁ ପୂଜା ମଧ୍ୟ କରୁଥିଲେ ଏବଂ ସେମାନଙ୍କର ପୂଜାରେ ଖାଦ୍ୟ ଏବଂ ଯୌନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ଥିଲା। ଏହି ସଂସ୍କୃତିରେ, ଖ୍ରୀଷ୍ଟିୟାନ ଯେଉଁମାନେ ଦେବତାମାନଙ୍କୁ ପୂଜା କରିବାରେ ଅଂଶଗ୍ରହଣ କରି ନ ଥିଲେ ସେମାନେ ପ୍ରାୟତଃ ବିଦେଶୀ ବୋଲି ବିବେଚନା କରାଯାଉଥିଲା ଏବଂ ଲୋକମାନେ ସେମାନଙ୍କ ସହ ଜଡିତ ହେବାକୁ ଇଚ୍ଛା କରୁ ନ ଥିଲେ।

### ପାଉଲ ଏହି ପତ୍ରରେ କେଉଁ ପ୍ରସଙ୍ଗକୁ ସମ୍ବୋଧିତ କରିଛନ୍ତି? ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଲେଖିଥିବା ପତ୍ରରେ ଅନେକ ନିର୍ଦ୍ଦିଷ୍ଟ ବିଷୟ ଏବଂ ପ୍ରସଙ୍ଗକୁ ସମ୍ବୋଧିତ କରିଛନ୍ତି। ଏଥି ମଧ୍ୟରେ ମଣ୍ଡଳୀର ଏକତା, ଯୌନ ଆଚରଣ, ପୂଜାପାଠ, ମୂର୍ତ୍ତି ନିମନ୍ତେ ଉତ୍ସର୍ଗ କରିଥିବା ଖାଦ୍ୟ, ଆତ୍ମିକ ଦାନ ଏବଂ ପୁନରୁତ୍ଥାନ ଅନ୍ତର୍ଭୁକ୍ତ ଅଟେ। ଏହା ବିଶ୍ଵାସ କରାଯାଏ ଯେ ପାଉଲ ଏହିସବୁ କ୍ଷେତ୍ରରେ ସଂଶୋଧନ କରିବାକୁ ଚାହୁଁଥିବା ସମସ୍ତ ସମସ୍ୟା କରିନ୍ଥୀୟ ମଣ୍ଡଳୀର ଗୋଟିଏ ପ୍ରସଙ୍ଗରୁ ଉତ୍ପନ ଅଟେ। ଏହା ମଧ୍ୟ ହୋଇପାରେ ଯେ ଭଣ୍ଡ ଶିକ୍ଷକମାନେ କରିନ୍ଥୀୟମାନଙ୍କୁ ବିପଥଗାମୀ କରୁଛନ୍ତି, କିମ୍ବା ଏହା ହୋଇପାରେ ଯେ କରିନ୍ଥୀୟମାନେ ନିଜ ସଂସ୍କୃତିରେ ଅନ୍ୟମାନଙ୍କ ପରି କାର୍ଯ୍ୟ କରୁଛନ୍ତି, ଯଦିଓ ଏହା ଯୀଶୁଙ୍କୁ ଉଚିତ ଭାବରେ ଅନୁସରଣ କରୁନାହିଁ। ସମ୍ଭବତଃ କରିନ୍ଥୀୟମାନେ ବିଶ୍ଵାସ କରିଥିଲେ ଯେ ଯୀଶୁ ପୃଥିବୀକୁ ଫେରିବା ପରେ ଖ୍ରୀଷ୍ଟିୟାନମାନେ ଯେଉଁ ସମସ୍ତ ଆଶୀର୍ବାଦ ପାଇବେ ସେମାନେ ପାଇସାରିଛନ୍ତି। ସେମାନେ ହୁଏତ ଭଣ୍ଡ ଶିକ୍ଷାକୁ ବିଶ୍ଵାସ କରିଥିବେ ଯାହା “ଆତ୍ମିକ” ବିଷୟ ଅପେକ୍ଷା ବସ୍ତୁ ଏବଂ ଶାରୀରିକ ବିଷୟଗୁଡ଼ିକ ଅଧିକ ଗୁରୁତ୍ଵତ୍ୱପୂର୍ଣ୍ଣ ବୋଲି ଶିଖାଏ। ଏଠାରେ ପ୍ରାଥମିକ ସମସ୍ୟା ଏଥିରୁ ସ୍ପଷ୍ଟ ହୁଏ ଯେ କରିନ୍ଥୀୟମାନେ କିପରି ଭାବରେ ଜୀବନଯାପନ କରୁଥିଲେ, କାର୍ଯ୍ୟ କରୁଥିଲେ ଏବଂ ସେଥିରେ ଯୀଶୁଙ୍କୁ ଉଚିତ ଭାବରେ ଅନୁସରଣ କରୁ ନ ଥିଲେ ଏବଂ ପାଉଲ ସେମାନଙ୍କୁ ଯୀଶୁଙ୍କୁ ଅନୁସରଣ କରିବା ନିମନ୍ତେ ମାର୍ଗଦର୍ଶନ କରିବା ନିମନ୍ତେ ପତ୍ର ଲେଖିଥିଲେ।

## ଭାଗ ୩: ଗୁରୁତ୍ଵତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### ପାଉଲ ଯେବେ “ଜ୍ଞାନ” ଏବଂ “ମୂର୍ଖତା” ବିଷୟରେ ଉଲ୍ଲେଖ କରନ୍ତି, ଏହାର ଅର୍ଥ କ’ଣ ଅଟେ?

ଏହି ଶବ୍ଦଗୁଡ଼ିକ ମୁଖ୍ୟତଃ କାହାର କେତେ ଶିକ୍ଷା କିମ୍ବା କେତେ କମ ଶିକ୍ଷା ଅଛି ତାହା ସୂଚାଏ ନାହିଁ। ବରଂ, ସେଗୁଡ଼ିକ ସୂଚାଏ ଯେ ଜଣେ ବ୍ୟକ୍ତି କେତେ ଉତ୍ତମ କିମ୍ବା କେତେ ମନ୍ଦ କାର୍ଯ୍ୟ ଯୋଜନା କରେ ଏବଂ ଜଗତ କିପରି କାର୍ଯ୍ୟ କରେ ଜାଣେ। ଯଦି କେହି ଯୋଜନା ଏବଂ ଧାରଣା ସୃଷ୍ଟି କରେ ଯାହା ସଫଳ ହୁଏ, ସେହି ବ୍ୟକ୍ତି ଜ୍ଞାନୀ ଅଟେ। ଯଦି କେହି ଯୋଜନା ଏବଂ ଧାରଣା ସୃଷ୍ଟି କରେ ଯାହା ସଫଳ ହୁଏ ନାହିଁ, ସେହି ବ୍ୟକ୍ତି ମୂର୍ଖ ଅଟେ। ଏହି ଜ୍ଞାନୀ ବ୍ୟକ୍ତି ଉତ୍ତମ ବିଷୟକୁ ଚୟନ କରେ, ଏବଂ ମୂର୍ଖ ବ୍ୟକ୍ତି ମନ୍ଦ ବିଷୟକୁ ଚୟନ କରେ। ପାଉଲ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି ଯାହା ମନୁଷ୍ୟ ବୁଦ୍ଧିମାନ ବା ମୂର୍ଖ ବୋଲି ଭାବନ୍ତି ଯାହା ଈଶ୍ଵର ଜ୍ଞାନୀ ବା ମୂର୍ଖ ବୋଲି ଭାବନ୍ତି। ଏହା କରିବା ଦ୍ଵାରା, ପାଉଲ କରିନ୍ଥୀୟମାନଙ୍କୁ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ “ଜ୍ଞାନୀ” ନ ହେବାକୁ କହନ୍ତି। ବରଂ, ସେ ସେମାନଙ୍କୁ ସେହି ଉପାୟରେ ଚିନ୍ତା କରିବାକୁ କହନ୍ତି ଯାହା ଈଶ୍ଵର “ଜ୍ଞାନୀ” ବୋଲି ବିବେଚନା କରନ୍ତି, ଯାହାକି ଅନ୍ୟ ମନୁଷ୍ୟମାନେ “ମୂର୍ଖ” ବୋଲି ଭାବନ୍ତି।

### ପାଉଲ ଯେବେ “ଜ୍ଞାନ” ବିଷୟରେ କହନ୍ତି ସେତେବେଳେ ସେ କ’ଣ କହିବାକୁ ଇଚ୍ଛା କରନ୍ତି?

ପାଉଲ ଈଶ୍ଵର ଏବଂ ଜଗତ ବିଷୟରେ କ’ଣ ସତ୍ୟ ତାହା ବୁଝିବା ନିମନ୍ତେ “ଜ୍ଞାନ” ଶବ୍ଦକୁ ବ୍ୟବହାର କରନ୍ତି। ପାଉଲ ଈଶ୍ଵର ଏବଂ ଜଗତର ସତ୍ୟ ବିଷୟ ବୁଝାଇବାକୁ ଜ୍ଞାନ ଶବ୍ଦକୁ ବ୍ୟବହାର କରନ୍ତି। ପବିତ୍ର ଆତ୍ମାଙ୍କ ସାହାଯ୍ୟ ବିନା ପ୍ରକୃତରେ କିଏ “ଜ୍ଞାନ” ପ୍ରାପ୍ତ କରେ ନାହିଁ। ସେ ଏହା ମଧ୍ୟ ଚାହାଁନ୍ତି, ଯେଉଁମାନଙ୍କର ଏହି “ଜ୍ଞାନ” ଅଛି, ସେହିପରି କାର୍ଯ୍ୟ ଜାରି ରଖନ୍ତୁ ଯେଉଁମାନଙ୍କର “ଜ୍ଞାନ” ନାହାଁ ସେମାନଙ୍କୁ ସମ୍ମାନ ଏବଂ ଆଦାର କରନ୍ତୁ। ଅନ୍ୟ ଅର୍ଥରେ, ସେ କରିନ୍ଥୀୟମାନଙ୍କୁ ବିଶ୍ୱାସ କରେଇବାକୁ ଚାହାଁନ୍ତି ଯେ ସହ ବିଶ୍ଵାସୀମାନଙ୍କ ପ୍ରତି ପ୍ରେମରେ ବାସ କରିବା ଯେକୌଣସି “ଜ୍ଞାନ” ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ। ତେଣୁ, ପାଉଲ ଯୁକ୍ତି କରନ୍ତି ଯେ “ଜ୍ଞାନ” ମୂଲ୍ୟବାନ, କିନ୍ତୁ ଅନ୍ୟାନ୍ୟ ବିଷୟଗୁଡ଼ିକ ଅଧିକ ଗୁରୁତ୍ଵତ୍ୱପୂର୍ଣ୍ଣ ଅଟେ।

### ପାଉଲ ଯେବେ “କ୍ଷମତା” ଏବଂ “ଦୁର୍ବଳତା” ବିଷୟରେ ଉଲ୍ଲେଖ କରନ୍ତି, ସେତେବେଳେ ସେ କ’ଣ କହିବାକୁ ଇଚ୍ଛା କରନ୍ତି?

ଯାହାଠାରେ “କ୍ଷମତା” ତାହାଠାରେ ଅଧିକାର ଅଛି ଏବଂ ସେ ପ୍ରଭାବଶାଳୀ ଅଟେ ଏବଂ ଅନେକ ବିଷୟ କରି ପାରେ। ଯାହାର “ଦୁର୍ବଳତା” ଅଛି, ତାହାର ଅଧିକ ପ୍ରଭାବ ଏବଂ ଅଧିକାର ନାହିଁ ଏବଂ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ନାହିଁ। ଈଶ୍ଵର ଯାହା ବଳବାନ ବା ଦୁର୍ବଳ ବୋଲି ଭାବନ୍ତି, ତାହା ମନୁଷ୍ୟ ଶକିଶାଳୀ କିମ୍ବା ଦୁର୍ବଳ ବୋଲି ମନେକରନ୍ତି ତାହା ଏଠାରେ ପାଉଲ ତୁଳନା କରନ୍ତି। ଏହା କରିବା ଦ୍ଵାରା, ପାଉଲ କରିନ୍ଥୀୟମାନଙ୍କୁ ଏପରି କାର୍ଯ୍ୟ କରିବାକୁ ବାରଣ କରିବାକୁ ଚାହାଁନ୍ତି ଯାହା ଅନ୍ୟ ମନୁଷ୍ୟମାନେ “ବଳବାନ” ମନେକରନ୍ତି। ବରଂ, ସେ ସେମାନଙ୍କୁ ଏହିପରି କାର୍ଯ୍ୟ କରିବାକୁ କହନ୍ତି ଯାହା ଈଶ୍ଵଅ “ବଳବାନ” ବୋଲି ବିବେଚନା କରନ୍ତି, ଯାହାକି ଅନ୍ୟ ମନୁଷ୍ୟମାନେ “ଦୁର୍ବଳ” ବୋଲି ମନେକରି ପାରନ୍ତି।

### ପାଉଲ “ଖ୍ରୀଷ୍ଟଙ୍କଠାରେ”, “ପ୍ରଭୁଙ୍କଠାରେ”, ଇତ୍ୟାଦି ବଲି ଅଭିବ୍ୟକ୍ତିରେ କ’ଣ କହିବାକୁ ଇଚ୍ଛା କରନ୍ତି?

ପାଉଲ ଏହି ପତ୍ରରେ ସ୍ଥାନ ସମ୍ବନ୍ଧୀୟ ରୂପକ “ଖ୍ରୀଷ୍ଟଙ୍କ” (“ଖ୍ରୀଷ୍ଟ”ର ଅନ୍ୟ ନାମ ସହ “ପ୍ରଭୁ” କିମ୍ବା “ଯୀଶୁ”) ବାରମ୍ବାର ବ୍ୟବହାର କରନ୍ତି। ଏହି ରୂପକ ଜୋର ଦିଏ ଯେ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ସହ ସେତିକି ଘନିଷ୍ଠ ଅଟନ୍ତି ଯେପରି ସେମାନେ ତାହାଙ୍କଠାରେ ବାସ କରନ୍ତି। ଏଠାରେ ପାଉଲ ବିଶ୍ଵାସ କରନ୍ତି ଯେ ଏହି ସମସ୍ତ ବିଶ୍ଵାସୀମାନଙ୍କ ନିମନ୍ତେ ସତ୍ୟ ଅଟେ, ଏବଂ ବେଳେବେଳେ ସେ “ଖ୍ରୀଷ୍ଟଙ୍କଠାରେ” ବାକ୍ୟାଂଶକୁ ବ୍ୟବହାର କରନ୍ତି ଯେପରି ଏହା ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ନିମନ୍ତେ ସେ ଯାହା କହୁଛନ୍ତି ତାହା ସତ୍ୟ ଅଟେ। ଅନ୍ୟ ସମୟରେ, ସେ ଖ୍ରୀଷ୍ଟଙ୍କ ସହ ମିଳନକୁ କିଛି ବାକ୍ୟ ବା ଉତ୍ସାହ ମାଧ୍ୟମ ଭାବରେ ଆଧାର କରନ୍ତି। ବେଳେବେଳେ ବିଶ୍ଵାସ କରୁଥିବା ଲୋକମାନଙ୍କ ନିମନ୍ତେ “ଖ୍ରୀଷ୍ଟଙ୍କଠାରେ” ବାକ୍ୟାଂଶକୁ ସେ ବ୍ୟବହାର କରନ୍ତି, “ଖ୍ରୀଷ୍ଟଙ୍କଠାରେ” ବାକ୍ୟାଂଶର ଅର୍ଥ ବୁଝିବାକୁ ଟିପ୍ପଣୀଗୁଡ଼ିକୁ ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-metaphor]])

###”ଭାଇମାନଙ୍କୁ” ଶବ୍ଦକୁ କିପରି ଅନୁବାଦ କରାଯିବା ଉଚିତ?

ଏହି ପତ୍ରରେ ଅନେକ ଥର ପାଉଲ ସିଧାସଳଖ ଲୋକମାନଙ୍କୁ “ଭାଇମାନେ” ବୋଲି ସମ୍ବୋଧନ କରନ୍ତି କିମ୍ବା ସୂଚାନ୍ତି। ପ୍ରାୟତଃ, “ଭାଇମାନେ” ଶବ୍ଦ ସୂଚାଏ ଯେ ପାଉଲ ଏକ ନୂତନ ବିଭାଗ ଆରମ୍ଭ କରୁଛନ୍ତି। “ଭାଇମାନେ” ଶବ୍ଦ ସାଧାରଣତଃ ଉଭୟ ପୁରୁଷ ଏବଂ ସ୍ତ୍ରୀ ସହ-ବିଶ୍ଵାସୀମାନଙ୍କୁ ବୁଝାଏ। ପାଉଲ ଏହି ଶବ୍ଦ ବ୍ୟବହାର କରନ୍ତି କାରଣ ସେ ବିଶ୍ଵାସୀମାନଙ୍କୁ ଏକ ପରିବାରର ଭାଇ ଭଉଣୀ ପରି ଏକତ୍ରୀତ ବୋଲି ଭାବନ୍ତି। କେଉଁ ଶବ୍ଦ ବା ବାକ୍ୟାଂଶ ଉଭୟ ସହ ବିଶ୍ଵାସୀମାନଙ୍କ ସନ୍ଦର୍ଭ ଏବଂ ଏହି ସହ ବିଶ୍ଵାସୀମାନେ ପରିବାରର ସଦସ୍ୟଙ୍କ ପରି ନିକଟତର ବୋଲି ଧାରଣାକୁ ସର୍ବୋତ୍ତମ ଭାବରେ ପ୍ରକାଶ କରିବ ତାହା ବିଚାର କରନ୍ତୁ।(ଦେଖନ୍ତୁ: [[rc://en/tw/dict/bible/kt/brother]])

### ଆତ୍ମୀୟ ବର୍ଗ ରୂପକଗୁଡ଼ିକ କିପରି ଅନୁବାଦ କରାଯିବା ଉଚିତ?

ଏହି ପତ୍ରରେ, ପାଉଲ ଦୀର୍ଘ କିମ୍ବା ବିସ୍ତାରିତ ରୂପକ ବ୍ୟବହାର କରନ୍ତି। [୩:୧–୧୭](../ 03 / 01.md) ରେ, ସେ ଶିଶୁ, ଚାଷ, ନିର୍ମାଣ, ଏବଂ ମନ୍ଦିରଗୁଡ଼ିକ ବିଷୟରେ ଉଲ୍ଲେଖ କରନ୍ତି, ସେ ଏବଂ ଅନ୍ୟମାନେ କିପରି ସୁସମାଚାର ପ୍ରଚାର କରନ୍ତି ସେମାନେ କିପରି କରିନ୍ଥୀୟମାନଙ୍କ ସହ କିପରି ସମ୍ପର୍କ ସ୍ଥାପନ କରିବେ। [୫:୬–୮](../05/06.md), ସେ କରିନ୍ଥୀୟମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଭାବରେ ଆଚରଣ କରିବାକୁ ଉତ୍ସାହିତ କରିବା ନିମନ୍ତେ ଯିହୁଦୀମାନଙ୍କ ନିସ୍ତାର ପର୍ବକୁ ବ୍ୟବହାର କରନ୍ତି। [୯:୯–୧୧](../ 09 / 09.md), ସେ ସୁସମାଚାର ପ୍ରଚାର କରିବା ନିମନ୍ତେ ଅର୍ଥ ଗ୍ରହଣ କରିବା ବିଷୟରେ ଏବଂ [୯:୨୪–୨୭]((../ 09/24) .md) କରିନ୍ଥୀୟମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଆଚରଣ କରିବାକୁ ଉତ୍ସାହିତ କରିବା ନିମନ୍ତେ ସେ ବ୍ୟାୟାମ ପ୍ରତିଯୋଗିତା ସହ ଜଡିତ ରୂପକ ବ୍ୟବହାର କରନ୍ତି। [୧୨:୧୨–୨୭](../ 12/12.md), ପାଉଲ ମାନବ ଶରୀରକୁ ମଣ୍ଡଳୀ ନିମନ୍ତେ ଏକ ଅନୁରୂପ ଏବଂ ରୂପକ ଭାବରେ ବ୍ୟବହାର କରନ୍ତି। ଶେଷରେ, [୧୫:୩୬–୩୮](../ 15 / 36.md), [42–44] (../ 15 / 42.md) ରେ, ପାଉଲ ମୃତମାନଙ୍କର ପୁନରୁତ୍ଥାନ ବିଷୟରେ କହିବା ନିମନ୍ତେ ଏକ କୃଷି ରୂପକ ବ୍ୟବହାର କରନ୍ତି। ଯେହେତୁ ଏହି ବର୍ଦ୍ଧିତ ରୂପକଗୁଡ଼ିକ ଏହି ବିଭାଗଗୁଡ଼ିକରେ ପାଉଲଙ୍କ ଯୁକ୍ତିର ଏକ ମହତ୍ଵପୂର୍ଣ୍ଣ ଅଂଶ, ତେଣୁ ଆପଣ ଆପଣଙ୍କ ଅନୁବାଦରେ ରୂପକଗୁଡ଼ିକୁ ରଖିବା ଉଚିତ କିମ୍ବା ଏକ ଅନୁରୂପ ବ୍ୟବହାର କରି ଧାରଣା ପ୍ରକାଶ କରିବା ଉଚିତ। ଅଧିକ ସୂଚନା ଏବଂ ଅନୁବାଦ ବିକଳ୍ପ ନିମନ୍ତେ ଅଧ୍ୟାୟ ପରିଚୟ ଏବଂ ଟିପ୍ପଣୀ ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-exmetaphor]])

### ଆଳଙ୍କାରିକ ପ୍ରଶ୍ନଗୁଡ଼ିକ କିପରି ଅନୁବାଦ କରାଯିବା ଉଚିତ?

ପାଉଲ ଏହି ପତ୍ରରେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ କରିନ୍ଥୀୟମାନେ ତାହାଙ୍କୁ ସୂଚନା ପ୍ରଦାନ କରନ୍ତୁ ବୋଲି ଏହି ପ୍ରଶ୍ନଗୁଡ଼ିକ ପଚାରୁ ନାହାଁନ୍ତି। ବରଂ, ସେ ଏହି ପ୍ରଶ୍ନଗୁଡ଼ିକ ପଚାରନ୍ତି କାରଣ ସେ ଚାହାଁନ୍ତି ଯେ କରିନ୍ଥୀୟମାନେ କିପରି କାର୍ଯ୍ୟ କରୁଛନ୍ତି ଏବଂ ସେମାନେ କ’ଣ ଚିନ୍ତା କରୁଛନ୍ତି ସେ ବିଷୟରେ ଚିନ୍ତା କରନ୍ତୁ। ପ୍ରଶ୍ନଗୁଡ଼ିକ ସେମାନଙ୍କୁ ପାଉଲଙ୍କ ସହ ଚିନ୍ତା କରିବାକୁ ଉତ୍ସାହିତ କରେ। ଯଦି ଆପଣଙ୍କର ପାଠକମାନେ ଏହି ପ୍ରକାରର ପ୍ରଶ୍ନ ବୁଝିପାରିବେ ନାହିଁ, ତେବେ ଆପଣ ସେଗୁଡ଼ିକୁ ଆପଣଙ୍କ ଅନୁବାଦରେ ରଖିବା ଉଚିତ। ଯଦି ଆପଣଙ୍କର ପାଠକମାନେ ଏହି ପ୍ରକାରର ପ୍ରଶ୍ନ ବୁଝି ନ ପାରନ୍ତି, ତେବେ ଆପଣ ଉତ୍ତରଗୁଡ଼ିକ ପ୍ରଦାନ କରିପାରିବେ କିମ୍ବା ପ୍ରଶ୍ନଗୁଡ଼ିକୁ ବିବୃତ୍ତି ଭାବରେ ଅନୁବାଦ କରିପାରିବେ। ସୂଚିତ ଉତ୍ତର ଏବଂ ପ୍ରଶ୍ନକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିବାର ଉପାୟ ନିମନ୍ତେ ପ୍ରତ୍ୟେକ ବାକ୍ୟ ପ୍ରଶ୍ନର ଟିପ୍ପଣୀ ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-rquestion]])

### ଶିଷ୍ଟୋକ୍ତିକୁ କିପରି ଅନୁବାଦ କରାଯିବା ଉଚିତ?

ପାଉଲ ଏହି ପତ୍ରର ଏକାଧିକ ସ୍ଥାନରେ ଶିଷ୍ଟୋକ୍ତି ବ୍ୟବହାର କରନ୍ତି, ବିଶେଷ କରି ଯେବେ ସେ ଯୌନ କାର୍ଯ୍ୟକଳାପ କିମ୍ବା ମୃତ୍ୟୁ ବିଷୟରେ ଆଲୋଚନା କରନ୍ତି। ଯଦି ସମ୍ଭବ, ଆପଣ ଆପଣଙ୍କ ଅନୁବାଦରେ ସମାନ ଶିଷ୍ଟୋକ୍ତି ବ୍ୟବହାର କରନ୍ତୁ। ପ୍ରତ୍ୟେକ ପଦରେ ଥିବା ଟିପ୍ପଣୀଗୁଡ଼ିକ ଦେଖନ୍ତୁ ଯେଉଁଥିରେ ଅନୁବାଦ ବିକଳ୍ପଗୁଡ଼ିକ ନିମନ୍ତେ ଏକ ଶିଷ୍ଟୋକ୍ତି ପ୍ରଦାନ କରାଯାଇଛି।(ଦେଖନ୍ତୁ: [[rc://en/ta/man/translate/figs-euphemism]])

### “ତୁମ୍ଭେ” ଏବଂ “ଆମ୍ଭେ” ଶବ୍ଦକୁ କିପରି ଅନୁବାଦ କରିବା ଉଚିତ?

ପତ୍ରରେ, ଆପଣ ଅନୁମାନ କରିବା ଉଚିତ ଯେ “ତୁମ୍ଭେ”, “ତୁମ୍ଭର” ଏବଂ “ତୁମ୍ଭମାନଙ୍କର” ବହୁବଚନ ଅଟେ, ଏହା କରିନ୍ଥୀୟ ବିଶ୍ଵାସୀମାନଙ୍କୁ ବୁଝାଏ ଏବଂ ଯଦିଓ କୌଣସି ଟିପ୍ପଣୀ ନିର୍ଦ୍ଦିଷ୍ଟ କରେ ନାହିଁ ଯେ “ତୁମ୍ଭେ” ଶବ୍ଦ ଏକବଚନ ଅଟେ। ସେହିଭଳି, ସମଗ୍ର ପତ୍ରରେ, ଆପଣ ଅନୁମାନ କରିବା ଉଚିତ ଯେ “ଆମ୍ଭେ”, “ଆମ୍ଭର”, “ଆମ୍ଭମାନଙ୍କ” ଏବଂ “ଆମ୍ଭମାନଙ୍କର” ମଧ୍ୟରେ ପାଉଲ ଅନ୍ତର୍ଭୁକ୍ତ ଅଟନ୍ତି, ଯେଉଁମାନେ ପାଉଲଙ୍କ ସହ କାମ କରନ୍ତି, ଏବଂ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ବୁଝାଏ ଯଦି କୌଣସି ଟିପ୍ପଣୀ ଉଲ୍ଲେଖ କରେ। (ଦେଖନ୍ତୁ: [[rc://en/ta/man/translate/figs-yousingular]] ଏବଂ [[rc://en/ta/man/translate/figs-exclusive]])

### ୧ କରିନ୍ଥୀୟ ପୁସ୍ତକର ପାଠ୍ୟରେ ପ୍ରମୁଖ ସମସ୍ୟାଗୁଡ଼ିକ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକରେ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକର ସମାନ ଶବ୍ଦ ନାହିଁ। ULT ସେହି ଶବ୍ଦଗୁଡ଼ିକ ବ୍ୟବହାର କରେ ଯାହା ଅନେକ ପ୍ରାଥମିକ ପାଣ୍ଡୁଲିପିରେ ଉଲ୍ଲେଖ ଥାଏ। ଯେବେ ଆପଣ ଏହି ପଦଗୁଡ଼ିକ ଅନୁବାଦ କରନ୍ତି, ଆପଣ ULT କୁ କୌଣସି ଏକ ଅନୁବାଦ ସହ ତୁଳନା କରିବା ଉଚିତ ଯେଉଁ ଅନୁବାଦ ସହ ଆପଣଙ୍କ ପାଠକମାନେ ପରିଚିତ ଥାଇପାରନ୍ତି। ବିକଳ୍ପ ଶବ୍ଦ ବ୍ୟବହାର କରିବାର ଯଦି ନ ଥାଏ, ଆପଣ ULT ଅନୁସରଣ କରିବା ଉଚିତ। ଅଧିକ ସୂଚନା ନିମନ୍ତେ ଏହି ପ୍ରତ୍ୟେକ ପଦରେ ପାଦଟୀକା ଏବଂ ଟିପ୍ପଣୀ ଦେଖନ୍ତୁ। (ଦେଖନ୍ତୁ:[[rc://en/ta/man/translate/translate-textvariants]])

“ଈଶ୍ଵରଙ୍କ ନିଗୂଢ଼ ତତ୍ତ୍ୱ” ([୨: ୧](../ 02 / 01.md))। କେତେକ ପ୍ରାଚୀନ ପାଣ୍ଡୁଲିପିରେ: “ଈଶ୍ଵରଙ୍କ ସାକ୍ଷ୍ୟ” ଉଲ୍ଲେଖ ଅଛି।“
“ଈଶ୍ଵର ବିଚାର କରନ୍ତି” ([୫:୧୩](../ 05 / 13.md))। ଏହା କେତେକ ପ୍ରାଚୀନ ପାଣ୍ଡୁଲିପିରେ ଉଲ୍ଲେଖ ଅଛି: “ଈଶ୍ଵର ବିଚାର କରିବେ”।”
“ତୁମ୍ଭମାନଙ୍କ ଶରୀରରେ ଈଶ୍ଵରଙ୍କୁ ଗୌରବ ଦିଅ”।([୬:୨୦](../ 06 / 20.md)) କେତେକ ପ୍ରାଚୀନ ପାଣ୍ଡୁଲିପିରେ ଅନ୍ତର୍ଭୁକ୍ତ: “ନିଜ ଶରୀରରେ ଏବଂ ଆତ୍ମାରେ ଈଶ୍ଵରଙ୍କୁ ଗୌରବ ଦିଅ, ଯାହା ଈଶ୍ଵରଙ୍କର ଅଟେ। [୯:୨୦] ((../ 09 / 20.md))। ଏହା କେତେକ ପ୍ରାଚୀନ ପାଣ୍ଡୁଲିପିରେ ଉଲ୍ଲେଖ ଅଛି: “ବ୍ୟବସ୍ଥା ଅନୁସାରେ ବ୍ୟବସ୍ଥାର ଅଧିନରେ ଥିବା ଲୋକମାନଙ୍କୁ ପାଇବା ନିମନ୍ତେ”
“ପ୍ରଭୁଙ୍କୁ ପରୀକ୍ଷା କର” ([୧୦: ୯](../ 10 / 09.md))। ଏହା କେତେକ ପ୍ରାଚୀନ ପାଣ୍ଡୁଲିପିରେ ଉଲ୍ଲେଖ ଅଛି: “ଖ୍ରୀଷ୍ଟଙ୍କୁ ପରୀକ୍ଷା କର”
* “ଏବଂ ବିବେକ, ଜଗତ ଏବଂ ଏଥିର ସମସ୍ତ ବିଷୟ ପ୍ରଭୁଙ୍କର ଅଟେ” ([୧୦:୨୮](../ 10 / 28.md))।
* “ମୁଁ ନିଜ ଶରୀରକୁ ସମର୍ପଣ କରେ ଯେପରି ମୁଁ ଗର୍ବ କରିବି” ([୧୩: ୩](../ 13/03 .md)) ଏହା କେତେକ ପ୍ରାଚୀନ ପାଣ୍ଡୁଲିପିରେ ଉଲ୍ଲେଖ ଅଛି: “ମୁଁ ମୋର ଶରୀରକୁ ଜଳିବାକୁ ଦେବି।”
* “ତାଙ୍କୁ ଅଜ୍ଞ ହେବାକୁ ଦିଅ” ([୧୪:୩୮](../14/38.md))। ଏହା କେତେକ ପ୍ରାଚୀନ ପାଣ୍ଡୁଲିପିରେ ଉଲ୍ଲେଖ ଅଛି: “ସେ ଅଜ୍ଞ ବୋଲି ବିବେଚନା କରାଯାଏ।”
* “ଆସ ଆମ୍ଭେମାନେ ମଧ୍ୟ ଧାରଣ କରିବା” ([୧୫:୪୯](../15/49.md))। ଏହା କେତେକ ପ୍ରାଚୀନ ପାଣ୍ଡୁଲିପିରେ ଉଲ୍ଲେଖ ଅଛି: “ଆସ ଆମ୍ଭେମାନେ ମଧ୍ୟ ଧାରଣ କରୁ।”
* “ଆମେନ” ([୧୬:୪](../16/24.md))। ଏହା କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଆମେନ” ଉଲ୍ଲେଖ ନାହିଁ।" "1CO" 1 "intro" "ud5y" 0 "# ୧ କରିନ୍ଥୀୟ ୧ ସାଧାରଣ ଟିପ୍ପଣୀଗୁଡ଼ିକ

## ବାକ୍ୟାଂଶ ଏବଂ ଆକାର

1. ଆରମ୍ଭ (୧:୧ –୯)
* ଅଭିବାଦନ ଏବଂ ଆଶୀର୍ବାଦ (୧:୪-୯)
* ପ୍ରଶଂସା ଏବଂ ପ୍ରାର୍ଥନା (୧:୧-୩)
2. ବିଭାଜନ ବିରୁଦ୍ଧରେ (୧:୧୦–୪:୧୫)
* ବିଭାଜନ, ନେତା, ଏବଂ ବାପ୍ତିସ୍ମ (୧:୧୦–୧୭)
* ଜ୍ଞାନ, ମୂର୍ଖତା ଏବଂ ଗର୍ବ (୧: ୧୮–୩୧)

କେତକ ଅନୁବାଦ କବିତାର ପ୍ରତ୍ୟେକ ଧାଡ଼ିକୁ ଭିନ୍ନ ଭାବରେ ଲେଖି ପଢିବାକୁ ସହଜ କରେ। ପୂରାତନ ନିୟମରୁ ସୂଚିତ କରାଯାଇଥିବା ୧୯ ପଦର ଶବ୍ଦ ସହ ULT ଏହା କରେ।

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ବିଭାଜନ

ଏହି ଅଧ୍ୟାୟରେ, ପାଉଲ କରିନ୍ଥୀୟମାନଙ୍କୁ ଦଳରେ ଭେଦ କରିବା ବନ୍ଦ କରିବାକୁ ଅନୁରୋଧ କରନ୍ତି। ଯାହାକି ନିଜକୁ ଏକ ନିର୍ଦ୍ଦିଷ୍ଟ ନେତାଙ୍କ ସହ ପରିଚିତ କରେ। [୧:୧୨](../01/12.md)ରେ ସେ ନିଜ ସମେତ କେତେକ ନେତାଙ୍କ ବିଷୟରେ ଉଲ୍ଲେଖ କରନ୍ତି। କରିନ୍ଥୀୟମାନେ ବୋଧହୁଏ ଏହି ନେତାମାନଙ୍କୁ ନିଜେ ବାଛିଥିଲେ, ଯେହେତୁ କୌଣସି ପ୍ରମାଣ ନାହିଁ ଯେ [୧:୧୨](../01/12.md) ରେ ଉଲ୍ଲେଖ କରାଯାଇଥିବା କୌଣସି ବ୍ୟକ୍ତି ନିଜ ଗୋଷ୍ଠୀ ବାକ୍ୟାଂଶ କରିବାକୁ ଚେଷ୍ଟା କରୁଥିଲେ। କରିନ୍ଥୀୟ ମଣ୍ଡଳୀର ଲୋକମାନେ ବୋଧହୁଏ ଅନ୍ୟ ଲୋକମାନଙ୍କ ଅପେକ୍ଷା ବୁଦ୍ଧିମାନ କିମ୍ବା ଅଧିକ ବଳବାନ ହେବାକୁ ଚେଷ୍ଟା କରୁଥିଲେ, ତେଣୁ ସେମାନେ ଏକ ଗୋଷ୍ଠୀ ଏବଂ ନେତା ବାଛି ଅନ୍ୟମାନଙ୍କ ତୁଳନାରେ ଭଲ ବୋଲି ବିବେଚିତ ହେବେ। ପାଉଲ ପ୍ରଥମେ ଏହି ପ୍ରକାରର ବିଭାଜନ ବିରୁଦ୍ଧରେ ଯୁକ୍ତି କରନ୍ତି, ଏବଂ ତା’ପରେ ସେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁକ୍ତି କରନ୍ତି ଯେଉଁମାନେ ଅନ୍ୟମାନଙ୍କ ତୁଳନାରେ ଆପଣା ଆପଣାକୁ ଜ୍ଞାନୀ ଏବଂ ଅଧିକ ବଳବାନ କରିବାକୁ ଚେଷ୍ଟା କରୁଥିଲେ।

### ଜ୍ଞାନ ଏବଂ ମୂର୍ଖତା

ଏହି ଅଧ୍ୟାୟରେ ପାଉଲ ଉଭୟ ଜ୍ଞାନ ଏବଂ ମୂର୍ଖତା ବିଷୟରେ କହନ୍ତି। ଏହି ଶବ୍ଦଗୁଡ଼ିକ ବିଶେଷ କରି କାହାର କେତେ ଶିକ୍ଷା ଅଛି ତାହା ସୂଚାଏ ନାହିଁ। ବରଂ, ସେଗୁଡ଼ିକ ଜଣେ ବ୍ୟକ୍ତି କେତେ ଭଲ କିମ୍ବା କେତେ ମନ୍ଦ କାର୍ଯ୍ୟକୁ ଯୋଜନା କରେ ଏବଂ ଜଗତ କିପରି କାର୍ଯ୍ୟ କରେ ତାହା ବୁଝାଏ। ଯଦି କେହି ଯୋଜନା ଏବଂ ଧାରଣାର ବିକାଶ କରେ ତାହା ସଫଳ ହୁଏ, ସେହି ବ୍ୟକ୍ତି ଜ୍ଞାନୀ ଅଟେ। ଯଦି କେହି ଯୋଜନା ଏବଂ ଧାରଣାର ବିକାଶ କରେ ତାହା ସଫଳ ହୁଏ ନାହିଁ, ସେହି ବ୍ୟକ୍ତି ମୂର୍ଖ ଅଟେ। ଜ୍ଞାନୀ ବ୍ୟକ୍ତି ଉତ୍ତମ ବିଷୟର ମନୋନୀତ କରେ, ଏବଂ ମୂର୍ଖ ବ୍ୟକ୍ତି ମନ୍ଦ ବିଷୟର ମନୋନୀତ ପସନ୍ଦ କରେ। ଆପଣଙ୍କ ଭାଷାରେ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏହି ଧାରଣାଗୁଡ଼ିକୁ ସୂଚାଏ।(ଦେଖନ୍ତୁ: [[rc://en/tw/dict/bible/kt/wise]] ଏବଂ [[rc://en/tw/dict/bible/kt/foolish]])

### କ୍ଷମତା ଏବଂ ଦୁର୍ବଳତା

ଏହି ଅଧ୍ୟାୟରେ, ପାଉଲ ଉଭୟ କ୍ଷମତା ଏବଂ ଦୁର୍ବଳତା ବିଷୟରେ କୁହନ୍ତି। ଏହି ଶବ୍ଦଗୁଡ଼ିକ ମୁଖ୍ୟତଃ ଜଣେ ବ୍ୟକ୍ତିର କେତେ ପ୍ରଭାବ ଏବଂ ଅଧିକାର ଅଛି ଏବଂ ସେ କେତେ କାର୍ଯ୍ୟ କରିପାରିବେ ତାହା ବୁଝାଏ। ଯାହାର “କ୍ଷମତା” ଅଛି, ତାହାର ବହୁତ ପ୍ରଭାବ ଏବଂ ଅଧିକାର ଅଛି ଏବଂ ଅନେକ ବିଷୟ ହାସଲ କରିପାରେ। ଯାହାର “ଦୁର୍ବଳତା” ଅଛି, ତାହାର ଅଧିକ ପ୍ରଭାବ ଏବଂ ଅଧିକାର ନାହିଁ ଏବଂ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ନୁହେଁ। ଆପଣଙ୍କ ଭାଷାରେ ଏହିପରି ଶବ୍ଦ ବ୍ୟବହାର କରନ୍ତୁ ଯାହା ଏହି ବିଚାରକୁ ବୁଝାଏ (ଦେଖନ୍ତୁ: [[rc://en/tw/dict/bible/kt/power]])

## ଏହି ଅଧ୍ୟାୟରେ ଗୁରୁତ୍ଵତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ

### ଖ୍ରୀଷ୍ଟଙ୍କ ବିଷୟରେ ରୂପକ

ଏହି ଅଧ୍ୟାୟରେ ପାଉଲ କହନ୍ତି ଯେ “ଖ୍ରୀଷ୍ଟ ଈଶ୍ଵରଙ୍କ ଶକ୍ତି ଏବଂ ଜ୍ଞାନ ଅଟନ୍ତି ”([୧:୨୪](../01/24.md)) ଏବଂ ଖ୍ରୀଷ୍ଟ “ଆମ୍ଭମାନଙ୍କ ନିମନ୍ତେ ଈଶ୍ଵରଙ୍କଠାରୁ ଜ୍ଞାନ, ଧାର୍ମିକତା, ଏବଂ ପବିତ୍ରତା ଏବଂ ମୁକ୍ତି-ସ୍ୱରୂପ ହୋଇଅଛନ୍ତି”([୧:୩୦](../01/30.md))। ଏହି ଦୁଇଟି ପଦରେ, ପାଉଲ କହୁ ନାହାଁନ୍ତି ଯେ ଖ୍ରୀଷ୍ଟ ଜଣେ ବ୍ୟକ୍ତି ନୁହଁନ୍ତି, ଏହା ପରିବର୍ତ୍ତେ ଏହା ଗୁଣବାଚକ ବିଚାରଗୁଡ଼ିକ ଅଟେ। ବରଂ, ପାଉଲ ଏହିପରି କହୁଛନ୍ତି କାରଣ ଖ୍ରୀଷ୍ଟ ଏବଂ ବିଶ୍ଵାସୀମାନଙ୍କ ନିମନ୍ତେ ତାହାଙ୍କର ସମସ୍ତ କାର୍ଯ୍ୟ ଏହି ସମସ୍ତ ଗୁଣବାଚକ ଧାରଣା ଅନ୍ତର୍ଭୁକ୍ତ କରେ। ଖ୍ରୀଷ୍ଟଙ୍କ କାର୍ଯ୍ୟ ଅଧିକାରିକ ଏବଂ ଜ୍ଞାନୀ ଅଟେ, ଏବଂ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ଜ୍ଞାନ, ଧାର୍ମିକତା, ପବିତ୍ରତା ଏବଂ ମୁକ୍ତି ପ୍ରଦାନ କରନ୍ତି। ଏହି ଦୁଇଟି ବାକ୍ୟକୁ ଅନୁବାଦ କରିବାର ଉପାୟ ନିମନ୍ତେ, ଏହି ଦୁଇଟି ପଦରେ ଥିବା ଟିପ୍ପଣୀଗୁଡ଼ିକ ଦେଖନ୍ତୁ।

### ଆଳଙ୍କାରିକ ପ୍ରଶ୍ନଗୁଡ଼ିକ

ପାଉଲ ଏହି ଅଧ୍ୟାୟରେ ଅନେକ ପ୍ରଶ୍ନ ପଚାରନ୍ତି। ସେ ଏହି ପ୍ରଶ୍ନଗୁଡ଼ିକ ପଚାରୀ କରିନ୍ଥୀୟମାନଙ୍କଠାରୁ ସୂଚନା ପାଇବାକୁ ଇଚ୍ଛା କରନ୍ତି ନାହିଁ। ବରଂ, ସେ ଏହି ପ୍ରଶ୍ନଗୁଡ଼ିକ ପଚାରୁଛନ୍ତି କାରଣ ସେ ଚାହୁଁଛନ୍ତି ଯେ କରିନ୍ଥୀୟମାନେ କିପରି କାର୍ଯ୍ୟ କରୁଛନ୍ତି ଏବଂ ସେମାନେ କ’ଣ ଚିନ୍ତା କରୁଛନ୍ତି ସେ ବିଷୟରେ ଚିନ୍ତା କରନ୍ତୁ। ପ୍ରଶ୍ନଗୁଡ଼ିକ ସେମାନଙ୍କୁ ପାଉଲଙ୍କ ସହ ଚିନ୍ତା କରିବାକୁ ଉତ୍ସାହିତ କରେ। ଏହି ପ୍ରଶ୍ନଗୁଡ଼ିକର ଅନୁବାଦ କରିବାର ଉପାୟ ନିମନ୍ତେ, ପ୍ରତ୍ୟେକ ପଦରେ ଥିବା ଟିପ୍ପଣୀଗୁଡ଼ିକୁ ଦେଖନ୍ତୁ, ଯେଉଁଥିରେ ଏହି ପ୍ରକାରର ପ୍ରଶ୍ନ ଅନ୍ତର୍ଭୁକ୍ତ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-rquestion]])

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### “ଜ୍ଞାନ”ର ସକରାତ୍ମକ ଏବଂ ନକାରାତ୍ମକ ବ୍ୟବହାର

ଏହି ଅଧ୍ୟାୟରେ, ପାଉଲ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ଉପାୟରେ ଜ୍ଞାନ ବିଷୟରେ କୁହନ୍ତି। ସେ ଏହି ଅଧ୍ୟାୟରେ ସମାନ ଶବ୍ଦ ବ୍ୟବହାର କରନ୍ତି, ଏବଂ ସେ ଶବ୍ଦଗୁଡ଼ିକୁ ବିଭିନ୍ନ ଲୋକ କିମ୍ବା ଧାରଣା ସହ ସଂଯୋଗ କରି ସକରାତ୍ମକ ଏବଂ ନକାରାତ୍ମକ ଅର୍ଥ ମଧ୍ୟରେ ପାର୍ଥକ୍ୟ କରନ୍ତି। ଉଦାହରଣ ସ୍ୱରୂପ, ଯେବେ ସେ ଜଗତର ଜ୍ଞାନ, କିମ୍ବା ମନୁଷ୍ୟର ଜ୍ଞାନ ବିଷୟରେ କହନ୍ତି ସେତେବେଳେ ସେ ନକାରାତ୍ମକ ଭାବରେ ଜ୍ଞାନ ବିଷୟରେ କହନ୍ତି। ଯେବେ ସେ ଈଶ୍ଵରଙ୍କଠାରୁ ଜ୍ଞାନ ବା ଈଶ୍ଵରଙ୍କ ଦ୍ୱାରା ଦିଆଯାଇଥିବା ଜ୍ଞାନ ବିଷୟରେ କହନ୍ତି, ସେତେବେଳେ ସେ ସକାରାତ୍ମକ ଭାବରେ ଜ୍ଞାନ ବିଷୟରେ କହନ୍ତି। ଯଦି ସମ୍ଭବ, ଜ୍ଞାନର ନକାରାତ୍ମକ ଏବଂ ସକରାତ୍ମକ ଅର୍ଥକୁ ସମାନ ଶବ୍ଦ ସହ ଅନୁବାଦ କରନ୍ତୁ, ଯେପରି ପାଉଲ ଉଭୟ ନକାରାତ୍ମକ ଏବଂ ସକରାତ୍ମକ ନିମନ୍ତେ ଗୋଟିଏ ଶବ୍ଦ ବ୍ୟବହାର କରନ୍ତି। ଯଦି ଆପଣ ବିଭିନ୍ନ ଶବ୍ଦ ବ୍ୟବହାର କରିବା ଆବଶ୍ୟକ ମନେକରନ୍ତି ତେବେ ଈଶ୍ଵରଙ୍କ ଜ୍ଞାନ ନିମନ୍ତେ ସକରାତ୍ମକ ଶବ୍ଦ ଏବଂ ମନୁଷ୍ୟର ଜ୍ଞାନ ନିମନ୍ତେ ନକାରାତ୍ମକ ଶବ୍ଦ ବ୍ୟବହାର କରନ୍ତୁ।

### ବିଭିନ୍ନ ଦୃଷ୍ଟିକୋଣ ବ୍ୟବହାର କରି

ବେଳେବେଳେ, ପାଉଲ ଈଶ୍ଵରଙ୍କ ବିଷୟରେ କୁହନ୍ତି ଯେପରି ଈଶ୍ଵର “ମୂର୍ଖ” ଏବଂ “ଦୁର୍ବଳ” ଅଟନ୍ତି ([୧:୨୫](../ 01 / 25.md)) ଏବଂ ସତେ ଯେପରି ସେ “ମୂର୍ଖ ” ଏବଂ “ଦୁର୍ବଳ” ବିଷୟଗୁଡ଼ିକୁ ମନୋନୀତ କରନ୍ତି ([୧:୨୭](../ 01/ 27.md))। ପାଉଲ ପ୍ରକୃତରେ ଭାବନ୍ତି ନାହିଁ ଯେ ଈଶ୍ଵଶ୍ଵର ମୂର୍ଖ ଏବଂ ଦୁର୍ବଳ ଅଟନ୍ତି ଏବଂ ମୂର୍ଖ ଏବଂ ଦୁର୍ବଳମାନଙ୍କୁ ମନୋନୀତ କରନ୍ତି। ବରଂ ସେ ସାଧାରଣ ମାନବିକ ବିଚାରର ଦୃଷ୍ଟିକୋଣରୁ କହୁଛନ୍ତି। ମାନବିକ ଦୃଷ୍ଟିକୋଣରୁ ଈଶ୍ଵର ଯାହା କରନ୍ତି, ତାହା “ଦୁର୍ବଳ” ଏବଂ “ମୂର୍ଖ” ଅଟେ। ସେ ଅନେକ ପଦରେ ଏହା ସ୍ପଷ୍ଟ କରିଛନ୍ତି। ଉଦାହରଣ ସ୍ୱରୂପ, [୧:୨୬](../ 01/26.md) ରେ, ପାଉଲ କହିନ୍ତି ଯେ ଅନେକ କରିନ୍ଥୀୟମାନେ “ଶରୀର ଅନୁସାରେ ” ଜ୍ଞାନୀ ନ ଥିଲେ। ଏହା ପାଉଲଙ୍କର କହିବାର ଅନୁଯାଇ ସେମାନେ ମନୁଷ୍ୟର ବିଚାର ଅନୁସାରେ ଜ୍ଞାନୀ ନୁହନ୍ତି। ଯଦି ସମ୍ଭବ ଯେବେ ପାଉଲ ମନୁଷ୍ୟ ଦୃଷ୍ଟିକୋଣରୁ କଥାବାର୍ତ୍ତା କରନ୍ତି ସେହି ସମାନ ଶବ୍ଦ ସହ ସେ “ଦୁର୍ବଳତା” ଏବଂ “ମୂର୍ଖ” ନିମନ୍ତେ ବ୍ୟବହାର କରନ୍ତି ଯେବେ ସେ ଈଶ୍ଵରଙ୍କ ଦୃଷ୍ଟିକୋଣରୁ କଥାବାର୍ତ୍ତା କରନ୍ତି। ଯଦି ଏହି ବ୍ୟବହାରକୁ ପୃଥକ କରିବା ଆବଶ୍ୟକ, ତେବେ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ପାଉଲ କେଉଁ ଦୃଷ୍ଟିକୋଣ ବ୍ୟବହାର କରୁଛନ୍ତି ତାହା ବ୍ୟାଖ୍ୟା କରେ। ସେ ନିଜେ ବେଳେବେଳେ ଏହା କରନ୍ତି, ଏବଂ ଯଦି ଏହା ଆବଶ୍ୟକ ହୁଏ, ଆପଣ ଏହାକୁ ଅନ୍ୟ ସ୍ଥାନରେ ମଧ୍ୟ କରିପାରିବେ।

### ସୂଚନା କ୍ରମରେ ଉପସ୍ଥାପିତ ହୋଇଅଛି

ULT [୧:୧୬](../ 01 / 16.md) ପାଖାପାଖି ବନ୍ଧନୀ ବ୍ୟବହାର କରିଥାଏ କାରଣ ପାଉଲ ଯାହାକୁ ବାପ୍ତିଜିତ କରିଥିଲେ ସେହି ବିଷୟରେ କହନ୍ତି, ଏକ ଧାରଣା ଯାହା ଯୁକ୍ତିଯୁକ୍ତ ଭାବରେ ମେଳ ଖାଏ [୧:୧୪](../ 01/14.md) ଏବଂ [୧:୧୫](../01/15.md) ପରେ ମଧ୍ୟ ନୁହେଁ। ପାଉଲ ଅନ୍ୟ କାହାକୁ ବାପ୍ତିଜିତ କରିଥିଲେ ତାହା ମନେ ରଖିଛନ୍ତି, ଏବଂ ପୁନର୍ବାର ଯାଇ ସେହି ସୂଚନାକୁ [୧:୧୪](../ 01 / 14.md) ରେ ଉଲ୍ଲେଖ କରିବା ପରିବର୍ତ୍ତେ, ସେ ଏହାକୁ [୧:୧୬](../ 01 /) ରେ ଅନ୍ତର୍ଭୁକ୍ତ କରନ୍ତି। (16.md) ଯାହା ଯୁକ୍ତିର ପ୍ରବାହକୁ ବାଧା ଦିଏ। ଯଦି ସମ୍ଭବ, [୧:୧୬](../ 01 / 16.md) ସେଠାରେ ଉଲ୍ଲେଖ କରନ୍ତୁ, ଏବଂ ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ସୂଚାଏ ଯେ ପାଉଲ ତାହାଙ୍କ ଯୁକ୍ତିରେ ବାଧା ଦେଉଛନ୍ତି। ଯଦି ଆପଣଙ୍କ ଭାଷାରେ ଏହା କରିବାର କୌଣସି ପ୍ରଣାଳୀ ନାହିଁ, ତେବେ ଆପଣ [୧:୧୬](../ 01 / 16.md) ଅନ୍ୟ ସ୍ଥାନରେ ଉଲ୍ଲେଖ କରି ପାରିବେ ଯେପରି ଏହା [୧:୧୪](../ 01 / 14.md) ଏବଂ [୧:୧୫] (../ 01 / 15.md) ମଧ୍ୟରେ ରହିବ।" "1CO" 1 1 "o7ie" "figs-123person" "Παῦλος" 1 "ଏହି ସଂସ୍କୃତିରେ, ପତ୍ର ଲେଖକମାନେ ପ୍ରଥମେ ନିଜ ନାମ ଉଲ୍ଲେଖ କରି ତୃତୀୟ ପୁରୁଷରେ ସୂଚାନ୍ତି। ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝିନ୍ତି, ଆପଣ ଏଠାରେ ପ୍ରଥମ ପୁରୁଷକୁ ବ୍ୟବହାର କରିପାରିବେ। କିମ୍ବା ଯଦି ଆପଣଙ୍କର ଭାଷାର ଏକ ପତ୍ରର ଲେଖକଙ୍କୁ ପରିଚିତ କରିବାର ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅଛି, ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ନିମନ୍ତେ ସହାୟକ ହେବ, ତେବେ ଆପଣ ତାହା ଏଠାରେ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ପାଉଲଙ୍କ ମାଧ୍ୟମରେ। ଯେପରି ମୁଁ ଥିଲି”(ଦେଖନ୍ତୁ: [[rc://en/ta/man/translate/figs-123person]])"