diff --git a/en_tn_50-EPH.tsv b/en_tn_50-EPH.tsv index bb1f471..8029b29 100644 --- a/en_tn_50-EPH.tsv +++ b/en_tn_50-EPH.tsv @@ -2,8 +2,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo EPH front intro e3di 0 # ଏଫିସୀୟ ପୁସ୍ତକର ପରିଚୟ

## ଭାଗ 1: ସାଧାରଣ ପରିଚୟ

# ଏଫିସୀୟ **ପୁସ୍ତକର ରୂପରେଖ**

1. ଅଭିବାଦନ ଓ ଖ୍ରୀଷ୍ଟଙ୍କଠାରେ ନିହିତ ଆତ୍ମିକ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା (1:1-23)
2. ପାପ ଓ ପରିତ୍ରାଣ (2:1-10)
3. ଏକତା ଓ ଶାନ୍ତି (2:11-22)
4. ବିଶ୍ୱାସୀମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ନିଗୂଢ଼ତତ୍ତ୍ଵର ପ୍ରକାଶି ହେଲା I (3:1-13)
5. ବିଶ୍ୱାସୀମାନଙ୍କୁ ଦୃଢ଼କରିବା ନିମନ୍ତେ ତାହାଙ୍କ ଗୌରବର ନିଧି ନିମନ୍ତେ ପ୍ରାର୍ଥନା (3:14-21)
6. ଖ୍ରୀଷ୍ଟଙ୍କ ଶରୀର ଗଢିବା ନିମନ୍ତେ, ପବିତ୍ର ଆତ୍ମାଙ୍କର ଏକତା (4:1-16)
7. ନୂତନ ଜୀବନର (4:17-32)
8. ଈଶ୍ୱରଙ୍କ ଅନୁକାରୀ (5:1-21)
9. ସ୍ତ୍ରୀ ଏବଂ ସ୍ଵାମୀ; ପିତାମାତା ଏବଂ ସନ୍ତାନ, କ୍ରୀତଦାସ ଏବଂ ମୁନିବ (5:22-6:9)
10. ଈଶ୍ଵରଦତ୍ତ ସଜ୍ଜା (6:10-20)
11. ଶେଷ ଶୁଭେଚ୍ଛା (6:21-24)

### ଏଫିସୀୟ ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ଏଫିସୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଅନେକ ଥର ସମଗ୍ର ରୋମ୍ ସାମ୍ରାଜ୍ୟରେ ଯାତ୍ରା କରିଥିଲେ I

ପ୍ରେରିତ ପାଉଲ, ତାହାଙ୍କର ଗୋଟିଏ ପ୍ରଚାର ଯାତ୍ରା ସମୟରେ ଏଫିସରେ ମଣ୍ଡଳୀ ଆରମ୍ଭ କରିବାକୁ ସାହାଯ୍ୟ କରିଥିଲେ I ସେ ମଧ୍ୟ ଏଫିସରେ ଦେଢ଼ ବର୍ଷ କାଳ ବାସକରି ବିଶ୍ବାସୀମାନଙ୍କୁ ସାହାଯ୍ୟ କରୁଥିଲେ I ପାଉଲ ସମ୍ଭବତଃ ରୋମ୍ ରେ ବନ୍ଦୀ ଥିବା ସମୟରେ ଏହି ପତ୍ର ଲେଖିଥିଲେ I

### ଏଫିସୀୟ ପୁସ୍ତକରେ କେଉଁ ବିଷୟ **ଉଲ୍ଲେଖ ଅଛି****?**

ପାଉଲ ଏଫିସୀୟ ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ସେମାନଙ୍କ ପ୍ରତି ଥିବା ଈଶ୍ବରଙ୍କ ପ୍ରେମ ବିଷୟରେ ବୁଝାଇବାକୁ ଏହି ପତ୍ର ଲେଖିଛନ୍ତି I ଈଶ୍ବର ସେମାନଙ୍କୁ ଦେଉଥିବା ଆଶୀର୍ବାଦ ବିଷୟରେ ସେ ବର୍ଣ୍ଣନା କରିଥିଲେ, କାରଣ ବର୍ତ୍ତମାନ ସେମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୋଇଅଛନ୍ତି I ସେ ବୁଝାଇଥିଲେ ଯେ ଯିହୂଦୀ କି ବିଜାତି, ସମସ୍ତ ବିଶ୍ବାସୀମାନେ, ଏକତ୍ର ସଂଯୁକ୍ତ ହୋଇଅଛନ୍ତି I ପାଉଲ ସେମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ମଧ୍ୟ ଉତ୍ସାହ ପ୍ରଦାନ କରୁଅଛନ୍ତି I

**ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ****?**

**ଭାଗ** **2:** **ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ**

### ଏଫିସୀୟ ପୁସ୍ତକରେ “ନିଗୂଢ ସତ୍ୟ” କଅଣ?

ULTରେ ଅନୁବାଦ ହୋଇଥିବା “ନିଗୂଢତତ୍ତ୍ବ” ବା “ନିଗୂଢ଼” ଭାବଟି ଛଅ ଥର ଲେଖାଯାଇଛି I ଏହା ଉଲ୍ଲେଖ କରି ପାଉଲ ସର୍ବଦା ଏପରି କିଛି ଅର୍ଥରେ ଏହା କହୁଛନ୍ତି ଯେ ଈଶ୍ବରଙ୍କୁ ମନୁଷ୍ୟମାନଙ୍କ ନିମନ୍ତେ ପ୍ରକାଶ କରିବାକୁ ପଡିଲା, ଯାହା ସେମାନେ ସେମାନଙ୍କର ନିଜ ଚେଷ୍ଟାଦ୍ବାରା ଜାଣିପାରି ନ ଥାନ୍ତେ I ଏହା ସର୍ବଦା କିଛି ବିଷୟକୁ ବୁଝାଉଥିଲା ଯେ କିପରି ଈଶ୍ବର ମନୁଷ୍ୟଜାତିକୁ ଉଦ୍ଧାର କରିବା ନିମନ୍ତେ ଯୋଜନା କଲେ I ବେଳେବେଳେ ଏହା ଆପଣା ଓ ମନୁଷ୍ୟଜାତି ମଧ୍ୟରେ ଶାନ୍ତି ସ୍ଥାପନ କରିବାପାଇଁ ତାହାଙ୍କ ଯୋଜନା ବିଷୟରେ ଥିଲା I ବେଳେବେଳେ ଖ୍ରୀଷ୍ଟଙ୍କ ଦ୍ବାରା ଯିହୂଦୀ ଓ ବିଜାତିମାନଙ୍କୁ ଏକତ୍ର କରିବାପାଇଁ ତାହାଙ୍କ ଯୋଜନା ବିଷୟରେ ଥିଲା I ବର୍ତ୍ତମାନ ବିଜାତିମାନେ ଯିହୂଦୀମାନଙ୍କ ସହ ସମାନ ଭାବରେ ଖ୍ରୀଷ୍ଟଙ୍କର ପ୍ରତିଜ୍ଞାରୁ ଉପକୃତ ହେବାକୁ ସକ୍ଷମ ହୋଇଅଛନ୍ତି I

### ପରିତ୍ରାଣ ଓ ଧାର୍ମିକ ଜୀବନଯାପନ ବିଷୟରେ ପାଉଲ କଅଣ କହିଥିଲେ?ଏହି ପତ୍ରରେ ଓ ତାହାଙ୍କର ଅନେକ ପତ୍ରରେ ପାଉଲ ପରିତ୍ରାଣ ଓ ଧାର୍ମିକ ଜୀବନଯାପନ ବିଷୟରେ ଅନେକ କିଛି କହିଛନ୍ତି I ସେ କହିଲେ ଯେ ଈଶ୍ବର ଅତି ଦୟାଳୁ ହୋଇ ଖ୍ରୀଷ୍ଟିୟାନମାନଙ୍କୁ ପରିତ୍ରାଣ କରିଅଛନ୍ତି, କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିଅଛନ୍ତି I ଅତଏବ, ସେମାନେ ଖ୍ରୀଷ୍ଟିୟାନ ହେଲାପରେ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଅଛନ୍ତି ବୋଲି ଦେଖାଇବାକୁ ଧାର୍ମିକ ଜୀବନଯାପନ କରିବା ଉଚିତ I(See: [[rc://en/tw/dict/bible/kt/righteous]])

## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

### “ତୁମ୍ଭେମାନେ”ର ଏକବଚନ ଓ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦଟି ପ୍ରାୟତଃ ବହୁବାଚକ ଓ ଏହା ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଏହି ପତ୍ର ପାଠ କରିବେ I ଏଥିର ତିନୋଟି ବ୍ୟତିକ୍ରମ ହେଉଛି: ୫:୧୪, ୬:୨ ଓ ୬:୩ I (ଦେଖ: [[rc://en/ta/man/translate/figs-you]])

### ପାଉଲ କେଉଁ ଅର୍ଥରେ “ନୂତନ ସ୍ବଭାବ” ବା “ନୂତନ ପୁରୁଷ” ବୋଲି କହୁଛନ୍ତି?

ଯେତେବେଳେ ପାଉଲ “ନୂତନ ସ୍ବଭାବ” ବା “ନୂତନ ପୁରୁଷ” ବୋଲି କହୁଛନ୍ତି, ସେ ଜଣେ ବିଶ୍ବାସୀ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ହୋଇଥିବା ନୂତନ ସ୍ବଭାବକୁ ବୁଝାଉଛନ୍ତି I ଏହି ନୂତନ ସ୍ବଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟେ (ଦେଖ: ୪:୨୪)I “ନୂତନ ପୁରୁଷ” ବାକ୍ୟାଂଶଟି ମଧ୍ୟ ଈଶ୍ବର ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରାଉଥିବା ବିଷୟରେ ବ୍ୟବହାର କରାଯାଇଛି I ଈଶ୍ବର ସେମାନଙ୍କୁ ତାହାଙ୍କର ଏକ ଲୋକ ଭାବରେ ଏକତ୍ର କରିଅଛନ୍ତି (ଦେଖ: ୨:୧୫) I

### ULTରେ ଏଫିସୀୟ ପୁସ୍ତକରେ କିପରି “ପବିତ୍ର” ଓ “ପବିତୃକୃତ ହେବା” ଚିନ୍ତାଧାରାକୁ ପ୍ରକାଶ କରାଯାଇଛି?

ବିଭିନ୍ନ ଚିନ୍ତାଧାରା ମଧ୍ୟରୁ ଗୋଟିଏକୁ ସୂଚାଇବାପାଇଁ ଶାସ୍ତ୍ର ସେହିଭଳି ଶବ୍ଦକୁ ବ୍ୟବହାର କରିଥାଏ I ଏହି କାରଣ ନିମନ୍ତେ, ଅନୁବାଦକମାନଙ୍କପାଇଁ ସେମାନଙ୍କ ସଂସ୍କରଣ ଗୁଡିକରେ ତାହା ଭଲ ଭାବରେ ପ୍ରକାଶ କରିବାକୁ କଷ୍ଟକର ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ନିମନ୍ତେ, ULT ନିମ୍ନଲିଖିତ ନିୟମ ବ୍ୟବହାର କରିଥାଏ:

* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ନୈତିକ ପବିତ୍ରତାକୁ ସୂଚାଇଥାଏ I ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ପାପରହିତ ଭାବରେ ଦେଖନ୍ତି ବୋଲି ପ୍ରକାଶ କରିବା ସକାଶେ, ବିଶେଷକରି ସୁସମାଚାର ବୁଝିବାପାଇଁ “ପବିତ୍ର” ଶବ୍ଦର ବ୍ୟବହାର ଗୁରୁତ୍ବପୂର୍ଣ୍ଣ ଅଟେ, କାରଣ ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି I “ପବିତ୍ର” ଶବ୍ଦର ଆଉ ଗୋଟିଏ ବ୍ୟବହାର ହେଉଛି ଈଶ୍ବର ସିଦ୍ଧ ଓ ଦୋଷଶୂନ୍ୟ ବୋଲି ପ୍ରକାଶ କରିବାର ଚିନ୍ତାଧାରା I ତୃତୀୟ ବ୍ୟବହାର ହେଉଛି ଖ୍ରୀଷ୍ଟିୟାନମାନେ ଜୀବନରେ ନିର୍ଦ୍ଦୋଷ ଓ ତୃଟିଶୂନ୍ୟହୋଇ ଆଚରଣ କରିବାର ଚିନ୍ତାଧାରାକୁ ପ୍ରକାଶ କରିବା I ଏହିସବୁ କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” “ପବିତ୍ର ବ୍ୟକ୍ତି” ଓ “ପବିତ୍ର ଲୋକ” ବୋଲି ବ୍ୟବହାର କରିଥାଏ I (ଦେଖ: ୧:୧, ୪)
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ସେମାନଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ପୂରଣ ହେଉଥିବା ବିଷୟ ନ ସୂଚାଇ ସରଳ ଭାବରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇଥାଏ I ଏହିସବୁ କ୍ଷେତ୍ରରେ, ULT “ବିଶ୍ବାସୀ” କିମ୍ବା “ବିଶ୍ବାସୀମାନେ” ବୋଲି ବ୍ୟବହାର କରିଥାଏ I
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଥିବା ଅର୍ଥ, କେବଳ ଈଶ୍ବରଙ୍କ ନିମନ୍ତେ କେହି ଜଣେ କିମ୍ବା କିଛି ଜିନିଷ ପୃଥକ୍ ହୋଇଥିବା ଚିନ୍ତାଧାରାକୁ ସୂଚାଇଥାଏ I ଏହିସବୁ କ୍ଷେତ୍ରରେ, ULT “ପୃଥକୀକୃତ,” “ଉତ୍ସର୍ଗୀକୃତ” ଓ “ସଂରକ୍ଷିତ” ଶବ୍ଦଗୁଡିକ ବ୍ୟବହାର କରିଥାଏ I (ଦେଖ: ୩:୫)

, ସେମାନଙ୍କ ନିଜ ସଂସ୍କରଣଗୁଡିକରେ ଏହି ଚିନ୍ତାଧାରାଗୁଡିକ କିପରି ଉପସ୍ଥାପନ କରାଯିବ, ସେ ବିଷୟରେ ଅନୁବାଦକମାନେ ଚିନ୍ତାକରିବା ସମୟରେ UST ପ୍ରାୟତଃ ସାହାଯ୍ୟକାରୀ ହେବ I “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ସଦୃଶ ଭାବର ଅର୍ଥ କ’ଣ ବୋଲି ପାଉଲ ଭାବୁଥିଲେ?

ଏହି ପ୍ରକାର ଭାବ ୧:୧, ୩, ୪, ୬, ୭, ୯, ୧୦, ୧୧, ୧୨, ୧୩, ୧୫, ୨୦; ୨:୬, ୭, ୧୦, ୧୩, ୧୫, ୧୬, ୧୮, ୨୧, ୨୨; ୩:୫, ୬, ୯, ୧୧, ୧୨, ୨୧; ୪:୧, ୧୭, ୨୧, ୩୨; ୫:୮, ୧୮, ୧୯; ୬:୧, ୧୦, ୧୮, ୨୧ ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ଅତି ଘନିଷ୍ଠ ସମ୍ମିଳନର ଚିନ୍ତାଧାରାକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦୟାକରି ଦେଖନ୍ତୁ I

### ଏଫିସୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?

* ""ଏଫିସରେ” (୧:୧)I କେତେକ ପ୍ରାଚୀନ ହସ୍ତଲିପିରେ ଏହି ସବୁ ଭାବ ନାହିଁ, କିନ୍ତୁ ସମ୍ଭବତଃ ମୂଳ ପତ୍ରରେ ତାହା ଥିଲା I ULT, UST ଓ ଅନେକ ଆଧୁନିକ ସଂସ୍କରଣ ଏହାକୁ ଅନ୍ତର୍ଭୁକ୍ତ କରନ୍ତି I
* ""କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଟୁ” (୫:୩୦)I ULT ଓ USTକୁ ମିଶାଇ, ଅଧିକାଂଶ ଆଧୁନିକ ସଂସ୍କରଣ ଗୁଡିକରେ ଏପରି ଲେଖାଯାଇଛି I କେତେକ ପ୍ରାଚୀନ ସଂସ୍କରଣରେ ଲେଖାଅଛି,”କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ଅସ୍ଥି ଅଟୁ I” ଅନୁବାଦକମାନେ ଦ୍ବିତୀୟ ଲେଖାଟିକୁ ମନୋନୀତ କରିପାରନ୍ତି, ଯଦି ସେମାନଙ୍କ ଅଞ୍ଚଳରେ ଥିବା ସଂସ୍କରଣ ଗୁଡିକରେ ସେପରି ଲେଖାଅଛି I ଯଦି ଅନୁବାଦକମାନେ ଦ୍ବିତୀୟ ଲେଖାକୁ ମନୋନୀତ କରନ୍ତି, ତେବେ ଏଫିସୀୟ ପୁସ୍ତକର ମୂଳ ଲେଖାରେ ସମ୍ଭବତଃ ତାହା ଉଲ୍ଲେଖ ନାହିଁ ବୋଲି ସୂଚାଇ ସେମାନେ ଅତିରିକ୍ତ ଶବ୍ଦଗୁଡିକ ବର୍ଗ ବନ୍ଧନୀ\[\]ରେ ରଖିବା ଉଚିତ I

(ଦେଖ: [[rc://en/ta/man/translate/translate-textvariants]]) " EPH 1 intro fg42 0 # ଏଫିସୀୟ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

### “ମୁଁ ପ୍ରାର୍ଥନା କରୁଅଛି”

ପାଉଲ ଏହି ଅଧ୍ୟାୟର କିଛି ଅଂଶକୁ ଈଶ୍ବରଙ୍କ ପ୍ରତି ପ୍ରଶଂସାର ପ୍ରାର୍ଥନା ଭାବରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ବରଙ୍କୁ କଥା କହୁନାହାନ୍ତି I ସେ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I ସେ ମଧ୍ୟ ଏଫିସୀୟମାନଙ୍କୁ କହୁଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ପ୍ରାର୍ଥନା କରୁଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣା

### ପୂର୍ବ ନିରୂପଣ
ଅନେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟ “ପୂର୍ବ ନିରୂପଣ” ବୋଲି କୁହାଯାଉଥିବା ବିଷୟ ଉପରେ ଶିକ୍ଷା ଦେଇଥାଏ I ଏହା ବାଇବଲ୍ ଭିତ୍ତିକ ଧାରଣା “ପୂର୍ବ ନିର୍ଦ୍ଧାରଣ” ସମ୍ବନ୍ଧିତ ଅଟେ I କେତେକ ପଣ୍ଡିତ ଏହାକୁ ନେଇ ସୂଚାଇଥାନ୍ତି ଯେ ଜଗତର ପତ୍ତନାବଧି କେତେକ ଲୋକଙ୍କୁ ଅନନ୍ତକାଳ ନିମନ୍ତେ ପରିତ୍ରାଣ ଦେବା ନିମନ୍ତେ ଈଶ୍ବର ମନୋନୀତ କରିସାରିଛନ୍ତି I ଏହି ବିଷୟ ଉପରେ ବାଇବଲ କଅଣ ଶିକ୍ଷା ଦିଏ, ସେ ସମ୍ବନ୍ଧରେ ଖ୍ରୀଷ୍ଟିୟାନମାନେ ବିଭିନ୍ନ ମତ ଦିଅନ୍ତି I ସେଥିପାଇଁ ଏହି ଅଧ୍ୟାୟକୁ ଅନୁବାଦ କରିବା ସମୟରେ ଅନୁବାଦକମାନେ ଅତିରିକ୍ତ ଯତ୍ନଶୀଳ ହେବା ଆବଶ୍ୟକ I (ଦେଖ: [[rc://en/tw/dict/bible/kt/predestine]])
EPH 1 1 kx1g figs-you 0 General Information: ଏଫିସୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ଲେଖୁଥିବା ଏହି ପତ୍ରରେ ପାଉଲ ଆପଣାକୁ ଲେଖକ ବୋଲି କହୁଛନ୍ତି I ଟିପ୍ପଣୀ ଦିଆଯାଇଥିବା ସ୍ଥାନ ବ୍ୟତୀତ, ସବୁ “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କ” ବହୁବାଚକ ଶବ୍ଦଗୁଡିକ ଏଫିସୀୟ ବିଶ୍ବାସୀମାନଙ୍କୁ ଓ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I -EPH 1 1 ilf2 Παῦλος, ἀπόστολος Χριστοῦ Ἰησοῦ 1 Paul, an apostle ... to God's holy people in Ephesus ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ଓ ଏହାର ପ୍ରାପକମାନଙ୍କୁ ପରିଚୟ କରାଇବାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ ପାଉଲ, ଜଣେ ପ୍ରେରିତ ...ତୁମ୍ଭମାନଙ୍କ ନିକଟକୁ, ଅର୍ଥାତ୍ ଏଫିସରେ ଥିବା ଈଶ୍ବରଙ୍କ ପବିତ୍ର ଲୋକମାନଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” -EPH 1 1 u73p figs-metaphor τοῖς οὖσιν καὶ πιστοῖς ἐν Χριστῷ Ἰησοῦ 1 who are faithful in Christ Jesus """ଖ୍ରୀଷ୍ଟ ଯୀଶୁଙ୍କଠାରେ"" ଓ ସେହି ପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଯଥାସମ୍ଭବ ଏକ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I (ଦେଖ: [[rc://en/ta/man/translate/figs-metaphor]]) +EPH 1 1 ilf2 Παῦλος, ἀπόστολος Χριστοῦ Ἰησοῦ 1 Paul, an apostle ... to God's holy people in Ephesus ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ଓ ଏହାର ପ୍ରାପକମାନଙ୍କୁ ପରିଚୟ କରାଇବାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ ପାଉଲ, ଜଣେ ପ୍ରେରିତ …ତୁମ୍ଭମାନଙ୍କ ନିକଟକୁ, ଅର୍ଥାତ୍ ଏଫିସରେ ଥିବା ଈଶ୍ବରଙ୍କ ପବିତ୍ର ଲୋକମାନଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” +EPH 1 1 u73p figs-metaphor τοῖς οὖσιν καὶ πιστοῖς ἐν Χριστῷ Ἰησοῦ 1 who are faithful in Christ Jesus """**ଖ୍ରୀଷ୍ଟ ଯୀଶୁ**ଙ୍କଠାରେ"" ଓ ସେହି ପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଯଥାସମ୍ଭବ ଏକ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I (ଦେଖ: [[rc://en/ta/man/translate/figs-metaphor]]) EPH 1 2 x9ey χάρις ὑμῖν καὶ εἰρήνη 1 Grace to you and peace ଏହା ଗୋଟିଏ ସାଧାରଣ ଅଭିବାଦନ ଓ ଆଶୀର୍ବାଦ ଯାହା ପାଉଲ ପ୍ରାୟତଃ ଆପଣା ପତ୍ର ଗୁଡିକରେ ବ୍ୟବହାର କରୁଛନ୍ତି I EPH 1 3 lm67 figs-inclusive 0 General Information: ଏହି ପୁସ୍ତକରେ, ଅନ୍ୟପ୍ରକରେ କୁହାଯାଇ ନ ଥିବା ସ୍ଥଳେ, “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଏଫିସର ବିଶ୍ବାସୀମାନଙ୍କୁ, ତଥା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ, (ଦେଖ: [[rc://en/ta/man/translate/figs-inclusive]]) EPH 1 3 zdh3 0 Connecting Statement: ପାଉଲ ଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କର ସ୍ଥିତି ଓ ସୁରକ୍ଷା ସମ୍ବନ୍ଧରେ କଥା କହି ଆପଣାର ପତ୍ର ଆରମ୍ଭ କରୁଛନ୍ତି I