From 03751e8d9b819881b6867074d4f9adfe08622862 Mon Sep 17 00:00:00 2001 From: Amos Khokhar Date: Tue, 5 Sep 2023 06:48:30 +0000 Subject: [PATCH] Update en_tn_54-2TH.tsv --- en_tn_54-2TH.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_54-2TH.tsv b/en_tn_54-2TH.tsv index fb3d2dd..94fb463 100644 --- a/en_tn_54-2TH.tsv +++ b/en_tn_54-2TH.tsv @@ -1,4 +1,4 @@ -"Book" "Chapter" "Verse" "ID" "SupportReference" "OrigQuote" "Occurrence" "GLQuote" "OccurrenceNote" +Book Chapter Verse ID SupportReference OrigQuote Occurrence GLQuote OccurrenceNote "2TH" "front" "intro" "krd6" 0 "# 2 ଥେସଲନୀକୀୟଙ୍କ ପରିଚୟ

## ଭାଗ 1: ସାଧାରଣ ପରିଚୟ

### 2 ଥେସଲନୀକୀୟ ପୁସ୍ତକର ରୂପରେଖା

1. ଅଭିବାଦନ ଏବଂ ଧନ୍ୟବାଦ ଜ୍ଞାପନ (୧: ୧-୨)
1. ବିଶ୍ଵାସୀମାନେ ତାଡ଼ନା ଓ କଷ୍ଟ ଭୋଗୁଅଛନ୍ତି (୧:୩-୧୨)
* ବିଶ୍ଵାସୀମାନଙ୍କଠାରେ ବିଶ୍ଵାସ, ପ୍ରେମ ଏବଂ ସହିଷ୍ଣୁତା ବୃଦ୍ଧି କରିବା ପାଇଁ ଈଶ୍ଵର ତାଡ଼ନା ଓ କଷ୍ଟ ବ୍ୟବହାର କରନ୍ତି (୧:୩-୪)
*ଈଶ୍ଵର ଧାର୍ମିକ ଅଟନ୍ତି: (୧: ୫-୧୨)
*ଈଶ୍ଵର ବିଶ୍ଵାସୀମାନଙ୍କୁ ତାଙ୍କ ରାଜ୍ୟ ପାଇଁ ଯୋଗ୍ୟ କରିବେ
* ଈଶ୍ଵର ବିଶ୍ଵାସୀମାନଙ୍କୁ ଶାନ୍ତି ପ୍ରଦାନ କରିବେ
*ଯେଉଁମାନେ ବିଶ୍ଵାସୀମାନଙ୍କୁ ତାଡ଼ନା ଓ କଷ୍ଟ ଦିଅନ୍ତି ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ । କେତେକ ବିଶ୍ଵାସୀ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବିଷୟରେ ଭୁଲ ବୁଝିଥିଲେ (୨: ୧-୧୨)
*ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନରେ ଯେଉଁ ବିଷୟଗୁଡ଼ିକ ଘଟିବ(୨:୩-୧୨)
1. ପାଉଲଙ୍କ ବିଶ୍ୱାସ କରନ୍ତି ଯେ ଈଶ୍ଵର ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଉଦ୍ଧାର କରିବେ (୨: ୧୩-୧୭)
*ପାଉଲ ଥେସଲନୀକୀୟ ବିଶ୍ଵାସୀମାନଙ୍କୁ “ଦୃଢ଼ ହେବା” ପାଇଁ କହନ୍ତି (୨: ୧୩-୧୫)
*ପାଉଲ ପ୍ରାର୍ଥନା କରନ୍ତି ଈଶ୍ବର ସେମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ (୨: ୧୬-୧୭)
1. ପାଉଲ ନିଜ ପାଇଁ ପ୍ରାର୍ଥନା କରିବା ପାଇଁ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଅନୁରୋଧ କରନ୍ତି (୩: ୧-୫)
1. ପାଉଲ ଆଳସ୍ୟ ବିଶ୍ବାସୀମାନଙ୍କ ବିଷୟରେ ନିର୍ଦ୍ଦେଶ ଦିଅନ୍ତି (୩:୧୬-୧୭)
1. ଶେଷ (୩:୧୬-୧୭)

### 2 ଥେସଲନୀକୀୟ କିଏ ଲେଖିଛନ୍ତି?

ପାଉଲ 2 ଥେସଲନୀକୀୟ ଲେଖିଛନ୍ତି । ସେ ତାର୍ଷ ସହରରୁ ଆସିଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ। ସେ ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲେ। ସେ ଜଣେ ବିଶ୍ବାସୀ ହେବା ପରେ, ସେ ରୋମୀୟ ସାମ୍ରାଜ୍ୟରେ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିଥିଲେ।

ପାଉଲ ଏହି ପତ୍ରର ଲେଖକ ଅଟନ୍ତି, କିନ୍ତୁ ସେ ସିଲ୍ୱାନ ଏବଂ ତୀମଥିଙ୍କୁ ପତ୍ରର ପ୍ରେରକ ଭାବରେ ଉଲ୍ଲେଖ କରିଛନ୍ତି । ପାଉଲ ଏହି ପତ୍ରକୁ, ସେ, ସିଲ୍ୱାନ ଏବଂ ତୀମଥି କରିନ୍ଥୀୟର ସହରରେ ରହୁଥିବାବେଳେ ଲେଖିଥିଲେ।

### 2 ଥେସଲନୀକୀୟ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ? ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିଥିଲେ । ସେ ସେମାନଙ୍କୁ ଉତ୍ସାହିତ କରିଥିଲେ କାରଣ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା କରି ଜୀବନଯାପନ ଜାରି ରଖିବାକୁ ସେ ସେମାନଙ୍କୁ କହିଥିଲେ। ସେ ପୁନର୍ବାର ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ସେମାନଙ୍କୁ ଶିଖାଇବାକୁ ଚାହୁଁଥିଲେ । ସେ ସେମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ଯେପରି ସେମାନେ ଆଳସ୍ୟ ନ ହୋଇ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବେ।

### ଏହି ପୁସ୍ତକର ନାମ କିପରି ଅନୁବାଦ କରାଯିବା ଉଚିତ୍?

ଅନୁବାଦକମାନେ ଏହି ପୁସ୍ତକକୁ ପାରମ୍ପାରିକ ନାମରେ ଅନୁବାଦ କରିପାରିବେ, “2 ଥେସଲନୀକୀୟ” କିମ୍ବା “ଦ୍ୱିତୀୟ ଥେସଲନୀକୀୟ” କିମ୍ବା ସେମାନେ ଏକ ସ୍ପଷ୍ଟ ନାମରେଅନୁବାଦ କରିପାରିବେ, ଯେପରିକି “ଥେସଲନୀକୀୟମଣ୍ଡଳୀକୁ ପାଉଲଙ୍କ ଦ୍ୱିତୀୟ ପତ୍ର” କିମ୍ବା “ଥେସଲନୀକୀୟ ଖ୍ରୀଷ୍ଟିୟାନ / ବିଶ୍ବାସୀମାନଙ୍କୁ ଦ୍ୱିତୀୟ ପତ୍ର।” (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଯୀଶୁଙ୍କ “ଦ୍ୱିତୀୟ ଆଗମନ” କ’ଣ ଅଟେ?

ପାଉଲ ଏହି ପତ୍ରରେ ଯୀଶୁଙ୍କ ଜଗତକୁ ଫେରିବା ବିଷୟରେ ଅନେକ ବିଷୟ ଲେଖିଥିଲେ। ଯେବେ ଯୀଶୁ ଫେରିବେ, ସେ ସମସ୍ତ ମାନବଜାତିର ବିଚାର କରିବେ। ସେ ସୃଷ୍ଟି ଉପରେ ମଧ୍ୟ ଶାସନ କରିବେ। ଏବଂ ସେ ପ୍ରତ୍ୟେକ ସ୍ଥାନରେ ଶାନ୍ତି ସ୍ଥାପନ କରିବେ। ପାଉଲ “ଅଧର୍ମ ପୁରୁଷ” ଖ୍ରୀଷ୍ଟଙ୍କ ଫେରିବା ପୂର୍ବରୁ ଆସିବେ ବୋଲି ଉଲ୍ଲେଖ କରନ୍ତି। ଏହି ବ୍ୟକ୍ତି ଶୟତାନର କଥା ମାନିବ ଏବଂ ଅନେକ ଲୋକଙ୍କୁ ଈଶ୍ବରଙ୍କୁ ବିରୋଧ କରିବ । କିନ୍ତୁ ଯେବେ ଯୀଶୁ ଫେରିବେ ସେତେବେଳେ ସେ ଏହି ବ୍ୟକ୍ତିକୁ ବିନାଶ କରିବେ।

## ଭାଗ 3: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### ପାଉଲ “ଖ୍ରୀଷ୍ଟଙ୍କଠାରେ”, “ପ୍ରଭୁଙ୍କଠାରେ” ବାକ୍ୟାଂଶର ଅର୍ଥ କ’ଣ ଉଲ୍ଲେଖ କରନ୍ତି? ପାଉଲ ଖ୍ରୀଷ୍ଟ ଏବଂ ବିଶ୍ବାସୀମାନଙ୍କ ମଧ୍ୟରେ ଅତି ଘନିଷ୍ଠତାର ଧାରଣା ପ୍ରକାଶ କରନ୍ତି । ଏହି ପତ୍ରର ସର୍ବନାମ “ଆମ୍ଭେ” ଏବଂ “ଆମ୍ଭମାନଙ୍କୁ” ପାଉଲ, ସିଲ୍ୱାନ ଓ ତୀମଥିଙ୍କୁ ସୂଚିତ କରେ। ଯଦି ଆପଣଙ୍କର ଭାଷା ଅନ୍ତର୍ଭୂକ୍ତ ଏବଂ ସ୍ୱତନ୍ତ୍ର ସର୍ବନାମ ପାର୍ଥ୍ୟକ କରେ ତେବେ ଏଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ସର୍ବନାମ ବ୍ୟବହାର କରନ୍ତୁ । (ଦେଖନ୍ତୁ: [[rc://en/ta/man/translate/figs-exclusive]])


ଏହି ପତ୍ରରେ, “ତୁମ୍ଭେ” ଏବଂ “ତୁମ୍ଭର” ଶବ୍ଦଗୁଡ଼ିକ ବହୁବଚନ ଅଟେ ଏବଂ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ସୂଚିତ କରେ । (ଦେଖନ୍ତୁ: [[rc://en/ta/man/translate/figs-yousingular]])

### 2 ଥେସଲନୀକୀୟ ପୁସ୍ତକର ମୁଖ୍ୟ ପ୍ରସଙ୍ଗଗୁଡ଼ିକ କ’ଣ ଅଟେ?

ନିମ୍ନଲିଖିତ ପର୍ବଗୁଡ଼ିକୁ କେତେକ ବାଇବଲ ଭିନ୍ନ ଭାବରେ ଉଲ୍ଲେଖ କରେ । ଯାହା ପଣ୍ଡିତମାନେ ସବୁଠାରୁ ସଠିକ୍ ବୋଲି ବିବେଚନା କରନ୍ତି ତାହାକୁ ULT ଅନୁସରଣ କରେ ଏବଂ ଅନ୍ୟ ପଠନକୁ ଏକ ପାଦଟିକାରେ ଉଲ୍ଲେଖ କରନ୍ତି । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ଉପଲବ୍ଧ ଅଛି ଯାହା ଆପଣଙ୍କ ଲୋକମାନେ ପରିଚିତ ତେବେ ଆପଣ ତାହା ଅନୁସରଣ କରନ୍ତୁ । ଯଦି ଉପଲବ୍ଧ ନ ଥାଏ ଆପଣ ULT ଅନୁସରଣ କରିପାରିବେ।
* “ଏବଂଅଧର୍ମ ପୁରୁଷ ବ୍ୟକ୍ତି ପ୍ରକାଶ ପାଇଲା” (୨:୩)। ULT, UST, ଏବଂ ଅଧିକାଂଶ ଆଧୁନିକ ସଂସ୍କରଣ ଏହିପରି ଅନୁବାଦ କରେ । ଅନ୍ୟାନ୍ୟ ସଂସ୍କରଣ “ଏବଂ ପାପର ମନୁଷ୍ୟ ପ୍ରକାଶିତ” ବୋଲି ଅନୁବାଦ କରେ ।
* “କାରଣ ଈଶ୍ବର ତୁମ୍ଭକୁ ପରିତ୍ରାଣର ପ୍ରଥମ ଫଳ ଭାବରେ ମନୋନୀତ କଲେ” (୨:୧୩) ULT, UST ଏବଂ ଅନ୍ୟ କେତେକ ସଂସ୍କରଣ “କାରଣ ଈଶ୍ବର ପରିତ୍ରାଣ ପାଇଁ ପ୍ରଥମ/ ଆରମ୍ଭରୁ ତୁମ୍ଭକୁ ମନୋନୀତ କଲେ” ବୋଲି ଅନୁବାଦ କରେ ।

(ଦେଖନ୍ତୁ: [[rc://en/ta/man/translate/translate-textvariants]])" "2TH" 1 "intro" "m987" 0 "# 2 ଥେସଲନୀକୀୟ 1 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

ପଦ 1-2 ଏହି ପତ୍ରକୁ ଆନୁଷ୍ଠାନିକ ଭାବରେ ପରିଚିତ କରାଏ । ପ୍ରାଚୀନ ନିକଟ ମଧ୍ୟ ପୂର୍ବର ପତ୍ରଗୁଡ଼ିକରେ ସାଧାରଣତଃ ଏହି ପ୍ରକାରର ପରିଚୟ ଥିଲା ​​ଯେଉଁଥିରେ ପ୍ରେରକ ନିଜକୁ ଉଲ୍ଲେଖ କରି ଗ୍ରହଣକର୍ତ୍ତାକୁ ଅଭିବାଦନ ଜଣାନ୍ତି।

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ବାସ୍ତବିକ ସତ୍ୟ

ବାସ୍ତବିକ ସତ୍ୟ ଏକ ବାକ୍ୟ ଅଟେ ଯାହା ଅସମ୍ଭବକୁ ବର୍ଣ୍ଣନା କରୁଥିବା ପରି ପ୍ରତୀତ ହୁଏ ।

4-5 ପଦରେ ବାସ୍ତବିକ ସତ୍ୟକୁ ଦେଖିବାକୁ ମିଳେ ଯେଉଁଠାରେ ପାଉଲ ନିର୍ଯାତନା ମାଧ୍ୟମରେ ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଶ୍ବାସ ବିଷୟରେ ଉଲ୍ଲେଖ କରନ୍ତି ଯାହା “ଈଶ୍ବରଙ୍କ ଧାର୍ମିକ ବିଚାରର ପ୍ରମାଣ” ଅଟେ । ଲୋକମାନେ ସାଧାରଣତଃ ନିର୍ଯାତିତ ହେବା ସମୟରେ ଈଶ୍ବରଙ୍କ ଉପରେ ବିଶ୍ୱାସ କରିବା ଈଶ୍ବରଙ୍କ ଧାର୍ମିକ ବିଚାରର ସଙ୍କେତ ଅଟେ ବୋଲି ବିଚାର କରନ୍ତି ନାହିଁ । କିନ୍ତୁ ଈଶ୍ବର ସେମାନଙ୍କୁ ସେମାନଙ୍କ ବିଶ୍ୱାସରେ ସ୍ଥିର କରିବାର କ୍ଷମତା ଦେଇ ଏହା ପ୍ରମାଣ କରନ୍ତି ଈଶ୍ବର ସେମାନଙ୍କୁ ନିଜର ବୋଲି ଦାବି କରବେ ଏବଂ ସେମାନଙ୍କୁ ତାଙ୍କ ରାଜ୍ୟର ଯୋଗ୍ୟ ବୋଲି ବିଚାର କରିବେ । ୫-୧୦ ପଦରେ, ପାଉଲ ଈଶ୍ବରଙ୍କ ଧାର୍ମିକ ବିଚାର ବିଷୟରେ ଅଧିକ ବ୍ୟାଖ୍ୟା କରନ୍ତି, ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ସେମାନଙ୍କୁ ଈଶ୍ବର ପୁରସ୍କାର ଦେବେ ଏବଂ ଯେଉଁମାନେ ତାଙ୍କ ଲୋକମାନଙ୍କୁ କଷ୍ଟ ଦେଉଛନ୍ତି ସେମାନଙ୍କୁ ଦଣ୍ଡ ଦେବେ । ([1 ଥେସଲନୀକୀୟ ୧:୪ -୫](./04.md))

ଆଉ ଏକ ବାସ୍ତବିକ ସତ୍ୟ ୯ ପର୍ବରେ ଦେଖିବାକୁ ମିଳେ ଯେଉଁଠାରେ ପାଉଲ ଈଶ୍ଵରଙ୍କୁ ଅଗ୍ରାହ୍ୟ କରିବା “ଅନନ୍ତ ବିନାଶ” ବୋଲି ପାଉଲ ଉଲ୍ଲେଖ କରନ୍ତି । ସାଧାରଣତଃ ଯେତେବେଳେ କସମସ୍ତ ବିଷୟ ନାଶ ହୁଏ ଏହା ବିଦ୍ୟମାନ ରହି ନ ଥାଏ । କିନ୍ତୁ ଏହି କ୍ଷେତ୍ରରେ, ଯେଉଁମାନେ ଈଶ୍ବରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ଈଶ୍ବରଙ୍କଠାରୁ ଅନନ୍ତ ପୃଥକତା ଅନୁଭବ କରିବେ, ଯେପରି ପଦଟି ବ୍ୟାଖ୍ୟା କରେ । ଈଶ୍ବରଙ୍କଠାରୁ ଅଲଗା ହେବା ସେମାନଙ୍କ ଜୀବନକୁ ଉପଭୋଗ କରୁଥିବା ସମସ୍ତ ବିଷୟକୁ ନଷ୍ଟ କରିଦିଏ, ଏବଂ ଏହି ନିରନ୍ତର ବିନାଶ ହିଁ ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଅନୁଭବ କରନ୍ତି । ([2 ଥେସଲନୀକୀୟ ୧:୯](../ 01/09.md))"